ଯାଜପୁର : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ପରିବା ବଗିଚାରେ ଜଣେ ଓ ଲୁଗା ଶୁଖାଉଥିବା ବେଳେ ଜଣେ ମୃତ

ଯାଜପୁର ଟାଉନ(କେନ୍ଯୁଜ୍): ଯାଜପୁରରେ ଅଘଟଣ । ପୃଥକ ପୃଥକ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ବିଂଝାରପୁର ଥାନା ହଳଦୀଢିହ ପଂଚାୟତ ଫଳପୁର ଗାଁରେ ମୋଟର ଲଗାଇ ପରିବା ବଗିଚାରେ ପାଣି ଦେଉଥିବା ବେଳେ ବିଦ୍ୟୁତ ଆଘାତରେ ଆସି ସୂର୍ଯ୍ୟକାନ୍ତ ଗୁରୁଙ୍କ ମୃତ୍ୟୁ ହୋଇଛି। ବିଦ୍ୟୁତ୍‌ ଆଘାତରେ ସେ ପ୍ରଥମେ ଗୁରୁତର ହୋଇପଡ଼ିଥିଲେ । ପରିବାର ଲୋକେ ତାଙ୍କୁ ପ୍ରଥମେ ବିଂଝାରପୁର ମେଡିକାଲ ଓ ପରେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ବିଂଝାରପୁର ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

ସେହିପରି କୋରେଇ ଥାନା ବୈତରଣୀରୋଡ ଓଷଳା ଗାଁରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ଆରତି ମଲ୍ଲିକ । ସେ ଲୁଗା ଶୁଖାଉଥିବା ବେଳେ ବିଦ୍ୟୁତ୍ ତାର ଲାଗି ଯାଇଥିଲା । ତାଙ୍କୁ ପ୍ରଥମେ କୋରେଇ ଡାକ୍ତରଖାନା ଓ ପରେ ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.