ଆଜି କାର୍‌ଗିଲ ବିଜୟ ଦିବସ , ପାକିସ୍ତାନ ସହ ଯୁଦ୍ଧକରି ବିଜୟୀ ହୋଇଥିଲା ଭାରତୀୟ ସେନା

ନୂଆଦିଲ୍ଲୀ(କେନ୍ୟୁଜ୍): ୧୯୯୯ ମସିହା ଜୁଲାଇ ମାସ ୨୬ ତାରିଖ । ଏଲ୍‌ଓସି ନିକଟବର୍ତ୍ତୀ କାରଗିଲ୍‌ ଜିଲ୍ଲାର ଟାଇଗର ହିଲ୍‌ , ଟ୍ରୋଲ ଲିଙ୍ଗ୍‌ ଭଳି ପର୍ବତ ଶିଖର ଉପରେ ପୁଣିଥରେ ଉଡିଥିଲା ବିଜୟ ତ୍ରିରଙ୍ଗା । ପାଳନ ହେଲା କାରଗିଲ୍‌ ବିଜୟ ଦିବସ ।ଏହି ଦିନ ଭାରତୀୟ ସେନାର ଜବାବରେ କାରଗିଲ୍‌ରୁ ପାକିସ୍ତାନ ସେନା ପଛଘୁଞ୍ଚା ଦେବାକୁ ବାଧ୍ୟ ହୋଇଥିଲା। ଆଉ ଏଥିପାଇଁ ଆମର ବହୁ ବୀର ଜବାନଙ୍କୁ ଆତ୍ମବଳି ଦେବାକୁ ପଡ଼ିଥିଲା । ପାକିସ୍ତାନ ବିପକ୍ଷରେ ବୀରତ୍ୱର ସହ ଯୁଦ୍ଧକରି ବିଜୟୀ ହୋଇଥିଲା ଭାରତୀୟ ସେନା । ଆଉ କାରଗିଲ୍‌ର ସେହି ଚରମ ଯୁଦ୍ଧରେ ଭାରତୀୟ ବାୟୁସେନାର ଅବଦାନ ଅବିସ୍ମରଣୀୟ । କାରଗିଲର ଐତିହାସିକ ବିଜୟକୁ ମନେପକାଇବା ପାଇଁ ସାରା ଦେଶରେ କାରଗିଲ୍‌ ବିଜୟ ଦିବସ ପାଳିତ କରୁଛି ।

kargil vijay୧୯୯୯ରେ ପାକିସ୍ତାନୀ ସେନାର କାର୍ଗିଲରେ ଅନୁପ୍ରବେଶ ବଡ଼ ଦୁଃସାହସିକ ପଦକ୍ଷେପ ଥିଲା । ଭବିଷ୍ୟତରେ ପାକିସ୍ତାନ ଏପରି ଉଦ୍ୟମ କଦାପି ନକରିବାକୁ ଚେତାବନୀ ଦେଇଛନ୍ତି ସ୍ଥଳ ସେନା ମୁଖ୍ୟ ଜେନେରାଲ ବିପିନ ରାୱତ । କାର୍ଗିଲ ଯୁଦ୍ଧରେ ଭାରତୀୟ ସେନା ଅପୂର୍ବ ସାହସିକତା ପ୍ରଦର୍ଶନ କରି ପାକିସ୍ତାନ ସେନାକୁ ଉଚିତ ଶିକ୍ଷା ଦେଇଥିଲା । ୬୦ ଦିନ ଧରି ଏହି ଯୁଦ୍ଧ ଲାଗିଥିଲା । ପାକିସ୍ତାନ ସେନାକୁ କାର୍ଗିଲକୁ ହଟାଇ ବିଜୟ ବାନା ଉଡ଼ାଇଥିଲା ଭାରତୀୟ ସେନା । ୧୯୯୯ ମସିହା ଜୁଲାଇ ୨୬ରେ ପ୍ରତିବର୍ଷ ଦେଶରେ କାର୍ଗିଲ ବିଜୟ ଦିବସ ପାଳିତ ହୋଇଆସୁଛି । କାର୍ଗିଲ ବିଜୟର ୨୦ ତମ ପୂର୍ତ୍ତି ପୂର୍ବରୁ ସ୍ଥଳ ସେନା ମୁଖ୍ୟ ଜେନେରାଲ ବିପିନ ରାୱତ ଜାମ୍ମୁ ଓ କାଶ୍ମୀରର ଦ୍ରାସ ସେକ୍ଟର ଯାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.