ଆତଙ୍କବାଦୀଙ୍କ ଟାର୍ଗେଟ୍‌ରେ ଅମରନାଥ, ବଡ଼ ଧରଣର ଆକ୍ରମଣ ପାଇଁ ଯୋଜନା ଚାଲିଥିବା ଗୁଇନ୍ଦା ପକ୍ଷରୁ ସୂଚନା

ଉତ୍ତରାଖଣ୍ଡ(କେନ୍ୟୁଜ୍): ଆତଙ୍କବାଦୀଙ୍କ ଟାର୍ଗେଟ୍‌ରେ ଅମରନାଥ ଯାତ୍ରା। ବଡ଼ ଧରଣର ଆକ୍ରମଣ ପାଇଁ ଯୋଜନା ଚାଲିଥିବା ଗୁଇନ୍ଦା ସୂଚନା ପରେ ଅମରନାଥ ଯାତ୍ରାକୁ ସ୍ଥଗିତ ରଖିଯାଇଛି। ଅମରନାଥ ଯାତ୍ରୀଙ୍କୁ ଫେରି ଆସିବାକୁ କୁହାଯାଇଛି। ପର୍ଯ୍ୟଟକଙ୍କୁ ମଧ୍ୟ ତୁରନ୍ତ କାଶ୍ମୀର ଉପତ୍ୟାକା ଛାଡ଼ିବା ପାଇଁ ଜାରି ହୋଇଛି ଆଡ଼ଭାଇଜରି । ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଆଡ଼ଭାଇଜରି ଜାରି କରାଯାଇଛି। ସେପଟେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ସମସ୍ତ ଏୟାରଲାଇନ୍ସକୁ ସଜାର ରହିବା ପାଇଁ କହିଛିି। ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ଶ୍ରୀନଗରରୁ ଆଣିବା ପାଇଁ ଅତିରିକ୍ତ ବିମାନ ତୟାର ରଖିବାକୁ କହିଛନ୍ତି ଡିଜିସିଏ।

amarnathସେପଟେ ଏହି ଘଟଣାକୁ ନେଇ ରାଜନୀତି ବି ତେଜିଛି। କାଶ୍ମୀର ଘାଟିରେ ତୀର୍ଥଯାତ୍ରୀ ଓ ପର୍ଯ୍ୟଟକଙ୍କୁ ଶୀଘ୍ର ଫେରିବା ଆସିବା ସମ୍ପର୍କିତ ଆଡଭାଇଜରୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପିଡିପି ଓ ନ୍ୟାସନାଲ୍‌ କନଫରେନ୍ସ। ସେମାନେ ଆଶାଙ୍କ କରୁଛନ୍ତି, ଅଧା ରାତିରେ କାଶ୍ମୀରକୁ ନେଇ କୌଣସି ବଡ଼ ଧରଣର ଫୈସଲା କରି ପାରନ୍ତି କେନ୍ଦ୍ର ସରକାର।

Leave A Reply

Your email address will not be published.