ବାଲେଶ୍ୱର: ନାବାଳକ ମୃତ୍ୟୁ ଘଟଣାରେ ଦୋଷୀଙ୍କୁ ଧରିବା ଦାବିରେ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବାଲିଆପାଳ ବନ୍ଦ ଡାକରା

ବାଲେଶ୍ୱର(କେନ୍ୟୁଜ୍): ବାଲେଶ୍ୱର ଜିଲ୍ଲା ବାଲିଆପାଳରେ ୧୨ ଘଣ୍ଟିଆ ବନ୍ଦ ପାଳନ । ରାଜଧାନୀ ଢାବାରେ ନାବାଳକ ମୃତ୍ୟୁ ଘଟଣାରେ ପ୍ରକୃତ ଦୋଷୀଙ୍କୁ ଧରିବା ଦାବିରେ ବିଜେପି ପକ୍ଷରୁ ବନ୍ଦ ପାଳନ କରାଯାଉଛି । ଏଥିଯୋଗୁଁ ବନ୍ଦ ରହିଛି ଦୋକାନବଜାର ଓ ଗାଡ଼ି ଚଳାଚଳ । ଆଇନଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ୨୦ ଜଣ ପୋଲିସ ଅଧିକାରୀ ନିୟୋଜିତ ହୋଇଛନ୍ତି । ବସ୍ତା ଏସଡିପିଓ ପରିସ୍ଥିତି ଉପରେ ନଜର ରଖିଛନ୍ତି । ଗତ ୨୬ ତାରିଖରେ ବାଲିଆପାଳ ଇଡକୋ ଛକ ସ୍ଥିତ ରାଜଧାନୀ ଢାବାରେ ଜଣେ ନାବାଳକର ସନ୍ଦେହଜକନ ମୃତ୍ୟୁ ଘଟିଥିଲା । ଏହି ଘଟଣାକୁ ନେଇ ପୋଲିସ-ସ୍ଥାନୀୟ ଲୋକ ମୁହାଁମୁହିଁ ହୋଇଥିଲେ । ପୋଲିସକୁ ମାଡ଼ ମାରିବା ଘଟଣାରେ ୧୩ ଜଣ ଗ୍ରାମବାସୀଙ୍କୁ ଗିରଫ କରିଛି ପୋଲିସ । ନାବାଳକ ମୃତ୍ୟୁ ଘଟଣାର ତଦନ୍ତକୁ ଗୁରୁତ୍ୱ ନଦେଇ ପୋଲିସ ଏକତରଫା ତଦନ୍ତ କରୁଥିବା ଅଭିଯୋଗ କରିଛି ବିଜେପି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.