ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ହେଲା ରାଜ୍ୟସଭା, ୧୭ବର୍ଷ ମଧ୍ୟରେ ସବୁଠୁ ଶ୍ରେଷ୍ଠ ଅଧିବେଶନ ଥିବା କହିଲେ ଭେଙ୍କେୟାନାଇଡୁ

ନୂଆଦିଲ୍ଲୀ: ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ହେଲା ରାଜ୍ୟସଭା। ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କେୟାନାଇଡୁ ଏନେଇ ଘୋଷଣା କରିଛନ୍ତି । ଚଳିତ ଅଧିବେଶନରେ ୩୫ଟି କାର୍ଯ୍ୟଦିବସ ରହିଥିଲା। ଏଥିରେ ୩୨ଟି ବିଲ ଗୃହୀତ ହୋଇଛି। ଚଳିତ ଅଧିବେଶନରେ ତିନି ତଲାକ ସଂଶୋଧନ ବିଲ, ୟୁଏପିଏ ସଂଶୋଧନ ବିଲ, ସୂଚନା ଅଧିକାର ସଂଶୋଧନ ବିଲ, ନ୍ୟାସନାଲ ମେଡିକାଲ କାଉନ୍‌ସିଲ ବିଲ, ଧାରା ୩୭୦ ଓ ୩୫ ଏର ଉଚ୍ଛେଦ ଆଦି ଗୁରୁତ୍ୱପୂର୍ଣ୍ଣ ବିଲ ପାସ ହୋଇଛି। ଗତ ୧୭ବର୍ଷ ମଧ୍ୟରେ ଏହି ଅଧିବେଶନ ଶ୍ରେଷ୍ଠ ଥିଲା ବୋଲି କହିଛନ୍ତି ଭେଙ୍କେୟାନାଇଡୁ। ନଭେମ୍ବରରେ ଶୀତକାଳୀନ ଅଧିବେଶନ ପର୍ଯ୍ୟନ୍ତ ଗୃହକାର୍ଯ୍ୟ ସ୍ଥଗିତ ରହିଥିବା ଜଣାପଡ଼ିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.