ପେଟ୍ରୋଲ ଓ ଡିଜେଲର ଦର ରହିଛି ସ୍ଥିର, ଜାଣନ୍ତୁ କେତେ ରହିଛି ଦାମ୍‌

ପେଟ୍ରୋଲ ଦରରେ ଲଗାତର ଛଅଦିନ ଧରି କମିବା ପରେ ଆଜି ଦର ସ୍ଥିର ରହିଛି। ସେହିଭଳି ଡିଜେଲ ଦରରେ ମଧ୍ୟ କୌଣସି ପରିବର୍ତ୍ତନ ହୋଇନାହିଁ। ଦିଲ୍ଲୀରେ ବୁଧବାର ପେଟ୍ରୋଲର ଦର ୭୨.୨୮ ଟଙ୍କା ପ୍ରତି ଲିଟର ରହିଛି। ସେହିପରି ଡିଜେଲର ଦର ରହିଛି ୬୫.୯୪ ଟଙ୍କା।

ମହାନଗରରେ ପେଟ୍ରୋଲ ଏବଂ ଡିଜେଲର ଦର

ଆଜି କୋଲକାତା, ମୁମ୍ବାଇରେ ପେଟ୍ରୋଲର ଦର ୯ ଟଙ୍କା ଏବଂ ଚେନ୍ନାଇରେ ୧୦ ଟଙ୍କା କମିଛି। ଏହାସହିତ କୋଲକାତା, ମୁମ୍ବାଇ ଏବଂ ଚେନ୍ନାଇରେ ପେଟ୍ରୋଲ ଦର କ୍ରମଶଃ ୭୪.୯୭ ଟଙ୍କା, ୭୭.୯୩ ଟଙ୍କା ଏବଂ ୭୫.୦୯ ଟଙ୍କା ପ୍ରତି ଲିଟର ସ୍ତରରେ ରହିଛି। ଡିଜେଲରେ କୌଣସି ପରିବର୍ତ୍ତନ ହୋଇନାହିଁ ସେଥିପାଇଁ ଏହା ପୁରୁଣା ଦାମରେ ୬୮.୧୭ ଟଙ୍କା, ୬୯.୧୧ ଟଙ୍କା ଏବଂ ୬୯.୬୪ ପ୍ରତି ଲିଟରରେ ସ୍ଥିର ରହିଛି।