ମଧ୍ୟପ୍ରଦେଶ: ସ୍ତ୍ରୀ କହିଲେ, ‘ଡାକ୍ତର ସ୍ୱାମୀ ମୋର ସମଲିଙ୍ଗୀ, କ୍ଲିନିକରେ ଚଲାଇଥିଲେ ବେଶ୍ୟାବୃତ୍ତି’

ଭୋପାଳର ଚୁନାଭଟ୍ଟି ନିକଟରେ ପଏଜନ୍‌ ଆଣ୍ଟି ଏଜିଙ୍ଗ୍‌ ସ୍କିନ୍‌ କ୍ଲିନିକ୍‌ ଚଲାଉଥିବା ଡାକ୍ତର ଅଭିନିତ୍‌ ଗୁପ୍ତାଙ୍କ ବିରୋଧରେ ତାଙ୍କ ସ୍ତ୍ରୀ ମାଧୌଗଡ଼ ଥାନାରେ ଏକ ଏଫଆଇଆର୍‌ ଦେଇଛନ୍ତି। ଏହି ଏଫଆଇଆରରେ ସ୍ତ୍ରୀ ଅଭିଯୋଗ କରିଛନ୍ତି ଯେ ସ୍ୱାମୀ ଅଭିନିତ୍‌ ସମଲିଙ୍ଗୀ ଅଟନ୍ତି। ସେ କ୍ଲିନିକ୍‌ ଚଲାଇବା ବାହାନାରେ ପବ୍‌, ଜିମ୍‌, ବେଶ୍ୟାବୃତ୍ତି ଏବଂ ନକଲି ଔଷଧର କାରବାର କରୁଥିଲେ। ଅଭିଯୋଗ ଅନୁଯାୟୀ, ଅଭିନିତ୍‌ ତାଙ୍କ ସ୍ତ୍ରୀଙ୍କୁ ମଧ୍ୟ ବେଶ୍ୟାବୃତ୍ତି କରିବାକୁ ବାଧ୍ୟ କରୁଥିଲେ। ତେବେ ପୋଲିସ ତାଙ୍କୁ ଖୁବଶୀଘ୍ର ଗିରଫ କରିବାକୁ ଭୋପାଳ ଯିବ ବୋଲି କହିଛି।
ଅନ୍ୟପକ୍ଷରେ ଏ ନେଇ ଡାକ୍ତର ଅଭିନିତ୍‌ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସ୍ତ୍ରୀ ଓ ଶଶ୍ୱର ଘର ଲୋକ ଟଙ୍କା ପାଇଁ ତାଙ୍କୁ ବ୍ଲାକମେଲ କରୁଛନ୍ତି। ମୁଁ ବିବାହର ମାସେ ପରେ ଅର୍ଥାତ୍‌ ଏପ୍ରିଲରେ ଛାଡ଼ପତ୍ର ପାଇଁ କୋର୍ଟରେ ଆବେଦନ କରିଛି।

dc

 

ଏହାସହ ପଢ଼ନ୍ତୁ: ବାହାଘରର ଦ୍ବିତୀୟ ରାତିରେ ଶାଶୁଘର ଲୋକଙ୍କୁ ନିଜ ହାତରନ୍ଧା ଖାଦ୍ୟ ଖୁଆଇଲା ବୋହୂ, ଆଉ ତା’ପରେ…

ତେବେ ମହିଳାଙ୍କ ଅଭିଯୋଗ ଅନୁଯାୟୀ, ସ୍ୱାମୀ ଓ ଶାଶୁଘର ଲୋକ ତାଙ୍କୁ ବିବାହ ପରେ ନାନା ପ୍ରକାର ହଇରାଣ କରିଆସୁଥିଲେ। ଏପରି କି, ତାଙ୍କୁ ଅଦ୍ଭୁତ ବ୍ୟବହାର ମଧ୍ୟ ଦେଖାଉଥିଲେ। ବାପଘରୁ ୨୫ ଲକ୍ଷ ଟଙ୍କା ଆଣିବାକୁ ଚାପ ପକାଉଥିଲେ। ଏଫଆଇଆରରେ ଡା. ଅଭିନିତ୍‌ଙ୍କ ସହ ଶ୍ୱଶୁର, ନଣନ୍ଦ ଏବଂ ପରିବାରର ଅନ୍ୟ ସଦସ୍ୟଙ୍କ ନାଁରେ ମଧ୍ୟ ଅଭିଯୋଗ ହୋଇଛି।