ଅଜବ ଦୁନିଆର ଗଜବ ଘଟଣା: ସ୍ତ୍ରୀ ବଦଳରେ ୭୧ଟି ମେଣ୍ଢା ନେଲା ସ୍ବାମୀ, ଜାଣନ୍ତୁ କାହିଁକି

ଲକ୍ଷ୍ନୋ : ପ୍ରତିଦିନ ଏହି ବିଚିତ୍ର ଦୁନିଆରେ ଘଟିଚାଲିଛି ବିଭିନ୍ନ ବିଚିତ୍ର ଘଟଣା । ଯାହାକୁ ସହଜରେ ଜଣେ ଗ୍ରହଣ କରିବା ଅସମ୍ଭବ । ଏସବୁ କଥା ଭିତରେ ଉତ୍ତର ପ୍ରଦେଶର ଗୋରଖପୁର ଜିଲ୍ଲାରୁ ଏକ ଏମିତି ଘଟଣା ସାମ୍ନାକୁ ଆସିଛି ଯାହା ଆଶ୍ଚର୍ଯ୍ଯ ଲାଗିବା ସ୍ବଭାବିକ। ଆଜ୍ଞା ହଁ, ଜଣେ ସ୍ବାମୀ ନିଜ ସ୍ତ୍ରୀକୁ ତାର ପ୍ରେମିକ ସହିତ ଛାଡ଼ିବାକୁ ରାଜି ହୋଇଯାଇଛି। ଯାହା ପ୍ରତିବଦଳରେ ସ୍ୱାମୀ ଜଣଙ୍କୁ ୭୧ଟି ମେଣ୍ଢା ମିଳିଛି।

ବିବାହିତା ପ୍ରେମିକାକୁ ନେଇ ପଳାଇଥିବା ଯୋଗୁଁ ପ୍ରେମିକ ପ୍ରତି ଗ୍ରାମପଞ୍ଚାୟତ ଏଭଳି ଏକ ବିଚିତ୍ର ଦଣ୍ଡବିଧାନ କରିଛନ୍ତି। କିନ୍ତୁ ମାମଲା ଏବେ ଥାନାରେ ପହଞ୍ଚିଥିବା ଜଣାପଡ଼ିଛି। ସୂଚନାଅନୁଯାୟୀ, ଜୁଲାଇ ୨୨ ତାରିଖରେ ଗୋରଖପୁର ଜିଲ୍ଲାର ପିପରାଇଚ ଠାରେ ୨୫ ବର୍ଷୀୟ ସୀମା ପାଲ୍‌ ନିଜ ୨୭ ବର୍ଷୀୟ ପ୍ରେମିକ ଉମେଶ ପାଲଙ୍କ ସହ ପଳାଇ ଯାଇଥିଲେ। ଯାହାଫଳରେ ସୀମାଙ୍କ ସ୍ୱାମୀ ଥାନାର ଦ୍ୱାରସ୍ଥ ହୋଇଥିଲେ ।

sheep news

ଏହାସହ ପଢନ୍ତୁ : ବନ୍ୟାରେ ଦେବଦୂତ ସାଜିଲେ ଯବାନ, ଚାଳ ଉପରେ ରହିଥିବା ମଣିଷ ଓ ପଶୁଙ୍କୁ କଲେ ଉଦ୍ଧାର

ଏହାପରେ ପୋଲିସ ଘଟଣାରେ ହସ୍ତକ୍ଷେପ କରିବା ପରେ ମଧ୍ଯ ପ୍ରେମିକା ଜଣଙ୍କ ଆଉ ଫେରିବେ ନାହିଁ ବୋଲି ମନା କରିଦେଇଥିଲେ। ଏହାପରେ ମହିଳାଙ୍କ ପ୍ରେମିକ ଓ ସ୍ୱାମୀ ଗୋରୁ ଚରାଇବା ସମୟରେ ଭେଟାଭେଟି ହେବାରୁ ଝଗଡା ଆରମ୍ଭ ହୋଇଥିଲା। ଯାହାପରେ ଘଟଣା ଯାଇ ପଞ୍ଚାୟତରେ ବସିଥିଲା । ଯାହାପରେ ପ୍ରେମିକ ଜଣଙ୍କୁ ପଚରା ଯାଇଥିଲା କି, ପଲେ ମେଣ୍ଢା ନାଁ ମହିଳା କାହାକୁ ଦେବ ସ୍ଥିର କର? ପ୍ରେମିକ ଜଣକ ମହିଳାଙ୍କୁ ନେବାକୁ କହିଥିଲେ ଏବଂ ୭୧ଟି ମେଣ୍ଢା ଦେଇ ମାମଲାକୁ ରଫାଦଫା କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.