ଲଗାଣ ବର୍ଷାରେ ପୁଣି ବଢିବାରେ ଲାଗିଛି ହୀରାକୁଦ ଜଳସ୍ତର, ଆଜି ଖୋଲିଲା ଆଉ ୭ଟି ଗେଟ୍‌

ସମ୍ବଲପୁର(କେନ୍ୟୁଜ୍):  ଲଗାଣ ବର୍ଷାରେ ପୁଣି ବଢିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାର ଜଳପତ୍ତନ । ଏହାକୁ ଦୃଷ୍ଟିରେ ରଖି ଆଜି ଆଉ ୭ଟି ଗେଟ୍‌ ଖୋଲାଯାଇଛି। ଏବେ ୧୪ଟି ଗେଟ୍‌ ଦେଇ ବନ୍ୟା ପାଣି ନିଷ୍କାସିତ ହେଉଛି । ସୂଚନା ଅନୁସାରେ ଏବେ ହୀରାକୁଦର ଜଳସ୍ତର ରହିଛି ୬୨୦.୮୧ ଫୁଟ । ପ୍ରତି ସେକେଣ୍ଡରେ ଜଳଭଣ୍ଡାର ଭିତରକୁ ପ୍ରବେଶ କରୁଛି ୨ଲକ୍ଷ ୫ ହଜାର ୪୭ କ୍ୟୁସେକ୍‌ ଜଳ । ନିଷ୍କାସିତ ହେଉଛି ୧ ଲକ୍ଷ ୨୭ହଜାର ୭୨୪ କ୍ୟୁସେକ୍‌ ଜଳ । ହୀରାକୁଦ ଜଳଭଣ୍ଡାରର ଜଳଧାରଣା କ୍ଷମତା ରହିଛି ୬୩୦ ଘନଫୁଟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.