Below header

ଆଉ ଚଳିବନି ହସପିଟାଲ କର୍ତ୍ତୃପକ୍ଷଙ୍କ ମନମାନି, ଟଙ୍କା ନଥିଲେ ବି କରିବାକୁ ପଡିବ ଚିକିତ୍ସା

ହସପିଟାଲ ହେଉଛି ଆଶାର ସ୍ଥାନ ଏବଂ ଅନ୍ୟପଟେ ଏହା ଚିକିତ୍ସାର ମନ୍ଦିର ମଧ୍ୟ। ଅନେକ ଲୋକଙ୍କ ପାଇଁ ଏହା ଆର୍ଥିକ ବୋଝର କାରଣ ମଧ୍ୟ ହୋଇଥାଏ। କାରଣ ଯେତେବେଳେ ଆପଣଙ୍କର କୌଣସି ପ୍ରିୟ ବ୍ୟକ୍ତି ଗମ୍ଭୀର ରୂପରେ ଆହତ କିମ୍ବା କୌଣସି ରୋଗର ଶିକାର ହୋଇଥିଲେ ଆମେ ମେଡିକାଲ ଆଣିଥାଉ କିନ୍ତୁ ଆଗ ଟଙ୍କା ପରେ ଚିକିତ୍ସା କାରଣରୁ ରୋଗୀଙ୍କ ସ୍ଥିତି ଗମ୍ଭୀର ହୋଇଯାଏ ନହେଲେ ବେଳେବେଳେ ତାଙ୍କର ଜୀବନ ମଧ୍ୟ ଚାଲିଯାଇଥା। ବର୍ତ୍ତମାନ କିନ୍ତୁ ସେପରି ହେବ ନାହିଁ। ଆମେ ଆମ ଅଧିକାର ସମ୍ପର୍କରେ ଜାଣିବା ନିହାତି ଗୁରୁତ୍ବପୂର୍ଣ୍ଣ।

ଏହାକୁ ଧ୍ୟାନରେ ରଖି ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ନିକଟରେ ଏକ ‘ଚାର୍ଟର ଅଫ୍ ପେସେଣ୍ଟସ୍ ରାଇଟସ୍’ ଜାରି କରିଛନ୍ତି ଯାହା ଭାରତର ସମ୍ବିଧାନରେ ବର୍ଣ୍ଣିତ ଆଇନର ଅଧିକାରକୁ ସଂକଳିତ କରିଥାଏ।

emergency wardଯଦି ଆପଣ କୌଣସି ଗମ୍ଭୀର ରୋଗରେ ଶିକାର ହୋଇ ଚିକିତ୍ସା ପାଇଁ ଆପଣ କୌଣସି ହସପିଟାଲ କିମ୍ବା କ୍ଲିନିକ୍ ଯାଉଛନ୍ତି ତେବେ ଡାକ୍ତରଙ୍କ ଲିଗାଲ ଡ୍ୟୁଟି ଏହା ଯେ ସେ ଆପଣଙ୍କର ଚିକିତ୍ସା ପୂରା ସତର୍କତାର ସହ କରିବେ।ଯଦି କୌଣସି ଡାକ୍ତର ଆପଣଙ୍କର ଚିକିତ୍ସା କରିବାକୁ ମନା କରିଦିଅନ୍ତି ତେବେ ଆପଣ ଆଇନର ସାହାରା ନେଇ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପରିପାରିବେ।

ସୂଚନା ଅଧିକାର

ସମ୍ବିଧାନର ଅନୁଚ୍ଛେଦ ୨୧ ଆଧାରରେ ମିଳିଥିବା ମୌଳିକ ଅଧିକାରରେ ଚିକିତ୍ସା ପାଇବାର ଅଧିକାର ମଧ୍ୟ ସାମିଲ ଅଛି। ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି କୌଣସି ବି ଡାକ୍ତର କିମ୍ବା ମେଡିକାଲ ଗମ୍ଭୀର ରୂପରେ ଆହତ ହୋଇଥିବା ବ୍ୟକ୍ତିଙ୍କର ଚିକିତ୍ସା କରିବାକୁ ମନା କରିପାରିବେ ନାହିଁ । ଡାକ୍ତର ଏବଂ ମେଡିକାଲର ଲିଗାଲ ଡ୍ୟୁଟି ହେଲା ଯେ ସେମାନେ ଗୁରୁତର ଭାବେ ଆହତ ତଥା ଗମ୍ଭୀର ରୋଗରେ ପୀଡିତ ରୋଗୀଙ୍କୁ ଇମରଜେନ୍ସି ମେଡିକାଲ କେୟାର ଉପଲବ୍ଧ କରାଇବେ ।

ଏହାସହ ପଢ଼ନ୍ତୁ : ଆତଙ୍କବାଦରୁ ଦୂରେଇ ରହି ପାରୁ ନାହିିଁ ପାକିସ୍ତାନ, କଳା ତାଲିକାରେ ନାଁ ଚଢ଼ାଇଲା ଏଫଏଟିଏଫ୍‌

ଏମରଜେନ୍ସୀ ଚିକିତ୍ସା କରିବାର ଅଧିକାର

ambulanceସୁପ୍ରିମକୋର୍ଟ କହିଛନ୍ତି ଯଦି ରୋଗୀଙ୍କ ପାଖରେ ଚିକିତ୍ସା ପାଇଁ ଅର୍ଥ ନାହିଁ ତେବେ ମଧ୍ୟ ଡାକ୍ତର ତଥା ମେଡିକାଲ ତାଙ୍କର ଚିକିତ୍ସା କରିବାରେ କୌଣସି ପ୍ରକାର ବିଳମ୍ବ କରିବେ ନା ମନା କରିପାରିବେ। ଡାକ୍ତରଙ୍କର ପ୍ରଥମ କର୍ତ୍ତବ୍ୟ ହେଉଛି ରୋଗୀଙ୍କୁ ତତକାଳ ଚିକିତ୍ସା ପ୍ରଦାନ କରିବା ଆବଶ୍ୟକ। ଯାହାଦ୍ୱାରା ରୋଗୀର ଜୀବନକୁ ରକ୍ଷା କରାଯାଇପାରିବ।

ଏହାଛଡା ଇଣ୍ଡିଆନ ମେଡିକାଲ କାଉନସିଲର ପ୍ରୋଫେସନାଲ କଣ୍ଡକ୍ଟ ରେଗୁଲେସନ ଆଧାରରେ ବି ଡାକ୍ତରଙ୍କୁ ରୋଗୀଙ୍କର ଚିକିତ୍ସା କରିବାକୁ ପଡିବ । ଯଦି ସେ କୌଣସି ରୋଗୀର ଚିକିତ୍ସା କରିବାକୁ ମନା କରିଦିଅନ୍ତି ତେବେ ଏହା ପ୍ରୋଫେସନାଲ ମିସକଣ୍ଡକ୍ଟ ବୋଲି ଗ୍ରହଣ କରାଯିବ ଏବଂ ଉକ୍ତ ଡାକ୍ତର ତଥା ମେଡିକାଲ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ।

ନିଶ୍ଚିତ ପଢ଼ନ୍ତୁ : ଅତି ଆଶ୍ଚର୍ଯ୍ୟ , ୨୨ ବର୍ଷ ପରେବି ମାଟିତଳୁ ବାହାରିଲା ସତେଜ ଶବ

medicalଦୁଷ୍କର୍ମ ପୀଡିତା ଏବଂ ଏସିଡ୍ ଆକ୍ରମଣର ଶିକାର ହୋଇଥିବା ରୋଗୀଙ୍କର ହେବ ମାଗଣା ଚିକିତ୍ସା

ଦଣ୍ଡ ପ୍ରକ୍ରିୟା ସଂହିତା ଅର୍ଥାତ୍ ସିଆରପିସିର ଧାରା ୩୫୭ସି ଅନୁସାରେ ଉଭୟ ଡାକ୍ତର ଏବଂ ମେଡିକାଲ ଏସିଡ୍ ଆକ୍ରମଣର ଶିକାର ହୋଇଥିବା ମହିଳା କିମ୍ବା ପୁରୁଷଙ୍କର ଇମରଜେନ୍ସିରେ ମାଗଣା ଚିକିତ୍ସା କରାଇବାକୁ ହେବ । ଏହାବ୍ୟତୀତ ଦୁଷ୍କର୍ମ ପୀଡିତାଙ୍କର ଚିକିତ୍ସା କରିବାକୁ ମଧ୍ୟ ଡାକ୍ତର ଏବଂ ମେଡିକାଲ ଆଇନ ଅନୁସାରେ ଚିକିତ୍ସା କରିବାକୁ ବାଧ୍ୟ ଅଟନ୍ତି । କୌଣସି ବି ସରକାରୀ କିମ୍ବା ଘରୋଇ ଡାକ୍ତର ବା ମେଡିକାଲ ଏସିଡ୍ ଆଟାକ୍ ପୀଡିତ ଏବଂ ଦୁଷ୍କର୍ମ ପୀଡିତାଙ୍କ ଆପାତକାଳୀନ ଚିକିତ୍ସା କରିବାକୁ ମନା କରିପାରିବେ ନାହିଁ ।

ଯଦି କୌଣସି ଡାକ୍ତର କିମ୍ବା ମେଡିକାଲ ଏସିଡ୍ ଏବଂ ଦୁଷ୍କର୍ମ ପୀଡିତାଙ୍କ ଆପତକାଳୀନ ସ୍ଥିତିରେ ମାଗଣାରେ ଚିକିତ୍ସା କରାଇବାକୁ ମନା କରିଦିଅନ୍ତି ତେବେ ତାଙ୍କ ବିରୋଧରେ ଭାରତୀୟ ଦଣ୍ଡ ସଂହିତା ତଥା ଆଇପିସିର ଧାରା ୧୬୬ବି ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ। ଏଥି ସହିତ ହିଁ ଉକ୍ତ ଡାକ୍ତରଙ୍କୁ ଏକ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ସହ ଜରିମାନା ମଧ୍ୟ ଦେବାକୁ ପଡିପାରେ ।

discriminationଉଚ୍ଚ ନିଚ୍ଚ ଭେଦଭାବ ଅଧିକାର

ନିଜର ରୋଗ, ସ୍ଥିତି, ଏଚଆଇଭି ସ୍ଥିତି ବା ତାଙ୍କର ଲିଙ୍ଗ, ବୟସ, ଧର୍ମ, ଜାତି, ଯୌନ ଅଭିବିନ୍ୟାସ, ଭାଷା କିମ୍ବା ଭୌଗୋଳିକ ବା ସାମାଜିକ ମୂଳର ଆଧାରରେ ବିନା କୌଣସି ଭେଦଭାବରେ ରୋଗୀ ଅଧିକାର ପ୍ରାପ୍ତ କରୁଛନ୍ତି।

ଏହି ସମସ୍ତ ବିଶେଷତା ଅଧାରରେ କୌଣସି ବି ବ୍ୟକ୍ତିଙ୍କୁ ଭେଦଭାବପୂର୍ଣ୍ଣ ଉପଚାରର ଅଧିନ କରାଯାଇପାରିବ ନାହିଁ। ମେଡିକାଲ କର୍ତ୍ତୁପକ୍ଷ ଏହାକୁ ସୁନିଶ୍ଚିତ କରିବା ପାଇଁ ଦାୟୀ ରହିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.