ସ୍କିନ ରେକର୍ଡିଙ୍ଗଠୁ ନେଇ ଡେକ୍ସଟପ ମୋଡ଼ ପର୍ଯ୍ୟନ୍ତ ଜାଣନ୍ତୁ ଆଣ୍ଡ୍ରଏଡ଼ 10ର ୭ଟି ନୂଆ ଫିଚର ବିଷୟରେ

ଗୁଗଲ୍ ଆଣ୍ଡ୍ରଏଡ଼ର 10th ଭର୍ସନ ଡେଭଲପର ପ୍ରିଭିଉ ଜାରି କରିସାରିଛି । ଏହା ସହିତ ଗୁଗଲ୍ ସ୍ପଷ୍ଟ କରିଛି ଯେ ଆଣ୍ଡ୍ରୋଏଡ 10th ଭର୍ସନର ନାମ ଆଣ୍ଡ୍ରଏଡ଼ Q ବଦଳରେ ଆଣ୍ଡ୍ରଏଡ଼ 10 ରହିବ । ନିକଟରେ ଗୁଗଲ ଆଣ୍ଡ୍ରଏଡ଼ ଭର୍ସନର ନାମ ମିଠା ଉପରେ ରଖିବାର ୧୦ ବର୍ଷ ପୁରୁଣା ପରମ୍ପରାକୁ ଭାଙ୍ଗିବା ସହିତ ଆଣ୍ଡ୍ରଏଡ଼ର ନାମ ମିଠାଇ ସହିତ ରଖିବ ନାହିଁ ବୋଲି ନିଷ୍ପତ୍ତି ନେଇଛି । ଗୁଗଲର କହିବାନୁଯାୟୀ ମିଠାଇ ସହିତ ଆଣ୍ଡ୍ରଏଡ଼ ନାମକୁ ରଖିବା ଦ୍ଵାରା ଅନେକ ଦେଶ ପାଇଁ ଏହା କନଫ୍ୟୁଜନ ସୃଷ୍ଟି ହେଉଛି ।ସେଥିପାଇଁ ବର୍ତ୍ତମାନ ଆଣ୍ଡ୍ରଏଡ଼ ଭର୍ସନର ନାମ ସଂଖ୍ଯା ଉପରେ ରଖାଯିବ । ଆସନ୍ତୁ ଜାଣିବା ଏହି ଆଣ୍ଡ୍ରଏଡ଼ 10ର କିଛି ଫିଚର୍ସ୍ ବିଷୟରେ ।
ପ୍ରାଇଭେସି
ସାଧାରଣତଃ ସବୁବେଳେ ଆଣ୍ଡ୍ରଏଡ଼ର ପ୍ରାଇଭେସିକୁ ନେଇ ପ୍ରଶ୍ନ ଉଠିଥାଏ କିନ୍ତୁ ଆଣ୍ଡ୍ରଏଡ଼ 10 ରେ ୟୁଜର ମାନଙ୍କର ପ୍ରାଇଭେସିକୁ ପ୍ରଧାନ୍ୟ ଦିଆଯିବ ବୋଲି ଆଶା କରାଯାଉଛି । ଆଣ୍ଡ୍ରଏଡ଼ 10ର ପ୍ରାଇଭେସି ଉପରେ କଣ୍ଟ୍ରୋଲ କରିବା ପାଇଁ ନୂତନ ଆପ୍ ପରମିସନ ଦିଆଯିବ ଯାହାଦ୍ୱାରା ଆପଣଙ୍କ ଫୋନରେ କେଉଁ ଆପ୍ କଣ କଣ ଆକ୍ସେସ କରୁଛି ତାହା ସହଜରେ ନିର୍ଣ୍ଣୟ କରିପାରିବେ । ପ୍ରାଇଭେସି ପାଇଁ ଆଣ୍ଡ୍ରଏଡ଼ 10ରେ ଆପ୍ ରନଟାଇମ୍ ପରମିସନ୍, ବ୍ୟାକଗ୍ରାଉଣ୍ଡ ଆପ୍ ରନିଂ ଏବଂ ଲୋକେସନ ଉପରେ କଣ୍ଟ୍ରୋଲ ମିଳିପାରିବ ଏହା ସହିତ ଆଣ୍ଡ୍ରଏଡ଼ 10ରେ ଲୋକେସନ ଆକସେସ୍ କୁ ଲକ୍ କରିବା ପାଇଁ ଅପ୍ସନ ମିଳିବ ।
ସ୍କିନ ରେକର୍ଡିଙ୍ଗ
ଅନେକ ଦିନ ଧରି ସ୍କିନ ରେକର୍ଡିଙ୍ଗକୁ ନେଇ ଆଣ୍ଡ୍ରୋଏଡ ଭର୍ସନରେ ଅସୁବିଧା ସୃଷ୍ଟି ହେଉଛି । କିନ୍ତୁ ଶେଷରେ ଆଣ୍ଡ୍ରଏଡ଼ 10ରେ ଗୁଗଲ ଏହି ଫିଚର ଉପଲବ୍ଧ କରାଇଛି । ଏହାକୁ ଫୋନର ସେଟିଙ୍ଗକୁ ଯାଇ ଡେଭଲପର୍ସ ଅପ୍ସନ ଦ୍ୱାରା ଅନ କରାଯାଇ ପାରିବ । ଏହାପରେ ଏକ ଟ୍ରାଙ୍ଗଲ ଆପଣଙ୍କ ସ୍କିନ ଉପରେ ଆସିବ ଯାହାଦ୍ୱାରା ଆପଣ ସ୍କିନ ରେକର୍ଡିଙ୍ଗ କରିପାରିବେ ।
ଡେ଼କସ୍ଟପ୍ ମୋଡ଼
ଆଣ୍ଡ୍ରଏଡ଼ 10ରେ ଆପଣଙ୍କୁ ଡେ଼କସ୍ଟପ୍ ମୋଡ଼ ମିଳିବ ଏହାଦ୍ୱାରା ଆପଣ ନିଜ ଫୋନକୁ ଯେକୌଣସି ଲାପଟପ କିମ୍ବା ମନିଟର ସହ କନେକ୍ଟ
କରିପାରିବେ । ଏହାପରେ ଆପଣଙ୍କ ଫୋନର ଇଣ୍ଟରଫେସ ଲାପଟପ କିମ୍ବା ମନିଟରକୁ ଆସିଯିବ । ଏହାସହିତ ଡେ଼କସ୍ଟପ୍ ମୋଡ଼ ପାଇଁ ସାମସଙ୍ଗ ନିଜର ଫ୍ଲେଗସିପ ଫୋନରେ DeXର ସପୋର୍ଟ ଦେଉଛି ଯାହାଦ୍ୱାରା ଆପଣ ଫୋନ୍କୁ କେବଳ ଏକ କେବୁଲ ଦ୍ୱାରା ଲାପଟପ କିମ୍ବା ମନିଟର ସହ କନେକ୍ଟ କରିପାରିବେ ।
ସର୍ଟକଟ ସେୟାରିଂ
ଯେକୌଣସି ୱେବ ଲିଙ୍କ, ଫଟୋ କିମ୍ବା ଭିଡିଓ ସେୟାର କରିବା ପାଇଁ ଆଣ୍ଡ୍ରଏଡ଼ 10ରେ ନୂଆ ସେୟାରିଂ ଅପ୍ସନ ଉପଲବ୍ଧ ରହିଛି । ଯେଉଁଠି ଆପଣଙ୍କୁ କଣ୍ଟାକ୍ଟ ଏବଂ କଣ୍ଟେଣ୍ଟ ସେୟାରିଂ ଆପ ମିଳିବ । ଏଠାରେ ଆପଣଙ୍କ ପାଇଁ ବ୍ଲୁଟୁଥ, ଜିମେଲ, ମେସେଜ, କପି ଟୁ କ୍ଲିପବୋର୍ଡ ଏବଂ ସେଭ ଟୁ ଡ୍ରାଇଭ ଭଳି ଅନେକ ଅପ୍ସନ ଉପଲବ୍ଧ ରହିବ ।
ଏହାସହ ପଢନ୍ତୁ ଅତିଶୀଘ୍ର ଆପଣଙ୍କ ଫୋନରେ ମଧ୍ୟ ଆସିବାକୁ ଯାଉଛି ହ୍ଵାଟ୍ସଆପର ଏହି ନୂଆ ଫିଚର୍ସ, ଜାଣନ୍ତୁ କଣ ..
QR କୋଡ଼ ସହିତ ୱାଇଫାଇ ସେୟାରିଂ
ଆଣ୍ଡ୍ରଏଡ଼ 10ରେ ଆପଣ ନିଜ ଫୋନରେ କନେକ୍ଟ ୱାଇଫାଇକୁ QR କୋଡ଼ ଦ୍ୱାରା ଅନ୍ୟ ସହିତ ସେୟାର କରିପାରିବେ । ଏହାଦ୍ୱାରା ଆପଣଙ୍କୁ ୱାଇଫାଇର ପାସୱାର୍ଡ଼ ପଚାରିବାକୁ ପଡିବ ନାହିଁ, କେବଳ QR କୋଡ଼କୁ ସ୍କାନ କରି ୱାଇଫାଇର ବ୍ୟବହାର କରିପାରିବେ ।
ରାଉଣ୍ଡ ସ୍କ୍ରୀନସଟ
ଆଣ୍ଡ୍ରଏଡ଼ 10ରେ ସ୍କ୍ରୀନସଟ ନେବାପରେ ଏହା ରାଉଣ୍ଡ ଆକାରରେ ଆସିବ ଏବଂ ଏଥିରେ ନୋଚ ମଧ୍ୟ ଦେଖାଯିବ । ବର୍ତ୍ତମାନ ପର୍ଯ୍ୟନ୍ତ ରାଉଣ୍ଡ ସେପର ସ୍କ୍ରୀନସଟ ଉପଲବ୍ଧ ନଥିଲା ।
ଡୁଆଲ ସିମ ଷ୍ଟାଣ୍ଡବାଏ
ଗୁଗଲ ନିଜର ପିକ୍ସଲ ଫୋନରେ ବହୁତ ପୂର୍ବରୁ ଇ-ସିମ ର ସପୋର୍ଟ ଦେଇଥିଲା କିନ୍ତୁ ଆପଣ ଇ-ସିମ ଓ ଫିଜିକାଲ ସିମ ଦୁଇଟିକୁ ଏକ ସମୟରେ ଵ୍ୟଵହାର କରିପାରୁନଥିଲେ କିନ୍ତୁ ବର୍ତ୍ତମାନ ଆପଣ ଆଣ୍ଡ୍ରଏଡ଼ 10ରେ ଇ-ସିମ ଓ ଫିଜିକାଲ ସିମକୁ ଏକାସଙ୍ଗେ ବ୍ୟବହାର କରିପାରିବେ ।