ଗଞ୍ଜାମରେ ପୁଣି ଏନକାଉଣ୍ଟର

ଗଞ୍ଜାମ : ପୁଣି ଏନକାଉଣ୍ଟର । ଗୁଳି ଖାଇଲା ହାର୍ଡକୋର୍ କ୍ରିମିନାଲ୍ କାଳୁ ବିଶ୍ୱାଳ । ତା’ ଡାହାଣ ଗୋଡ଼କୁ ଜଖମ କରିଛି ଆସିକା ପୋଲିସ । ଗୁରୁତର ଅବସ୍ଥାରେ କାଳୁକୁ ପ୍ରଥମେ ଆସିକା ଓ ପରେ ବ୍ରହ୍ମପୁର ଏମକେସିଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କାଳୁ ନିକଟରୁ ଜବତ ହୋଇଛି ଟୁ ଏମ୍ ଏମ୍ ପିସ୍ତଲ, ଗୁଳି ଓ ବାଇକ୍ । ଆସିକା ଥାନା ଅନ୍ତର୍ଗତ ଚାରିମାଇଲି ନିକଟରେ ଏହି ଏନକାଉଣ୍ଟର ହୋଇଛି । କାଳୁ ଭୋରରୁ ବାଲିପଦର ରାସ୍ତାରେ ଆସୁଥିବାବେଳେ ପୋଲିସ ସହ ମୁହାଁମୁହିଁ ହୋଇଥିଲା। ପ୍ରଥମେ କାଳୁ ପୋଲିସ ଉପରକୁ ୪ରାଉଣ୍ଡ ଗୁଳି କରିଥିଲା। ଏହାର ଜବାବରେ ପୋଲିସ ପକ୍ଷରୁ ପାଲଟା ଗୁଳି ଚାଳନା କରାଯାଇଥିଲା।

କାଳୁ ନାଁରେ ରହିଛି ହତ୍ୟା, ହତ୍ୟା ଉଦ୍ୟମ, ବୋମାମାଡ଼, ଡକାୟତି ଓ ସୁପାରି କିଲିଂ ଭଳି ସଙ୍ଗିନ ମାମଲା । ତା’ ଘର କବିସୂର୍ୟ୍ୟନଗର ଥାନା ଅନ୍ତର୍ଗତ ବଳିଆପଲ୍ଲୀରେ । ଦୁଇ ଦିନ ଭିତରେ ଗଞ୍ଜାମ ଜିଲ୍ଲା ପୋଲିସର ଏହା ଦ୍ୱିତୀୟ ଏନ୍କାଉଣ୍ଟର । ଗତକାଲି କୋଦଳା ଥାନା ଅନ୍ତର୍ଗତ ପୁସ୍ତପୁର ନିକଟରେ ଏନ୍କାଉଣ୍ଟର ହୋଇଥିଲା । ଏଥିରେ ଦିଲ୍ଲୀପ ଦାସ ଓରଫ ବିଦେଶୀ ଆହତ ହୋଇଥିଲା ।

Leave A Reply

Your email address will not be published.