ହିନ୍ଦୁସ୍ଥାନ ପେଟ୍ରୋଲିଅମ କର୍ପୋରେସନ ଲିମିଟେଡ ପକ୍ଷରୁ ନିଯୁକ୍ତି ସୁଯୋଗ। ଚାକିରୀ କରିବା ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀ ଏହାର ଅଫିସିଆଲ ୱେବସାଇଟକୁ ଯାଇ ଅନଲାଇନ ଆବେଦନ କରିପାରିବେ।
ପଦବୀ :
ମେଣ୍ଟେନାନ୍ସ ଟେକନିକାଲ ଅଫିସର : ୨୦
ଲ୍ୟାବ ଆନାଲିଷ୍ଟ : ୪
ଜୁନିଅର ଫାୟାର ଏବଂ ସେଫ୍ଟି ଇନପେକ୍ଟର : ୧୨
ଶିକ୍ଷାଗତ ଯୋଗ୍ୟତା : ଏହି ପଦବୀ ପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ଭିନ୍ନ ଭିନ୍ନ ନିର୍ଦ୍ଧାରିତ କରାଯାଇଛି। ଅଧିକ ବିବରଣୀ ପାଇଁ ଏହାର ଅଫିସିଆଲ ୱେବସାଇଟକୁ ଯାଇ ଲଗ୍ କରି ଭଲଭାବେ ନୋଟିଫିକେସନ ପଢନ୍ତୁ।
ବୟସ ସୀମା : ଆବେଦନ କରିବା ପାଇଁ ସର୍ବନିମ୍ନ ବୟସ ୧୮ ବର୍ଷ ଏବଂ ସର୍ବାଧିକ ୨୫ ବର୍ଷ ହୋଇଥିବା ଆବଶ୍ୟକ।
ଆବେଦନ କରିବାର ପ୍ରକ୍ରିୟା : ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିବା ପାଇଁ ଏଚପିସିଏଲ୍ର ଅଫିସିଆଲ ୱେବସାଇଟ www.hindustanpetroleum.com କୁ ଯାଇ ଅନଲାଇନ ଆବେଦନ କରିପାରିବେ। ଅନଲାଇନ ଆବେଦନ କରିବାର ପ୍ରକ୍ରିୟା ୧ ସେପ୍ଟେମ୍ବରରୁ ଆରମ୍ଭ କରି ୩୦ ସେପ୍ଟମ୍ବର ପର୍ଯ୍ୟନ୍ତ ଚାଲିବ। ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କ ଚୟନ ଅନଲାଇନ ଟେଷ୍ଟକୁ ନେଇ କରାଯିବ।