ଉତ୍ତର ପଶ୍ଚିମ ବଙ୍ଗୋପସାଗର ଲଘୁଚାପ ସୃଷ୍ଟି, ଆସନ୍ତା କାଲି ଠାରୁ ରାଜ୍ୟରେ ହେବ ପ୍ରବଳ ବର୍ଷା

ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆସନ୍ତା କାଲି ଠାରୁ ରାଜ୍ୟରେ ବର୍ଷା ହେବ । ଆସନ୍ତା ୨୪ ଘଣ୍ଟା ଭିତରେ ଦକ୍ଷିଣ ଓଡିଶାରେ ଅଳ୍ପରୁ ମଧ୍ୟମ ଧରଣର ଓ ଊତ୍ତର ଓଡିଶାର କିଛି ସ୍ଥାନରେ ବର୍ଷା ହେବ । ୨୪ ଘଣ୍ଟା ପରେ ଦକ୍ଷିଣ ଓଡିଶାରେ ବର୍ଷାର ପରିମାଣ ବଢିବ । ଆଜି ସୁଦ୍ଧା ରାଜ୍ୟରେ ୧୦ଟି ଲଘୁଚାପ ହୋଇସାରିଲାଣି । ହେଲେ ଜୁନରୁ ଏଯାଏ ସ୍ୱାଭାବିକ ଠାରୁ ୪ ପ୍ରତିଶତ କମ ବର୍ଷା ହୋଇଛି । ଅଗଷ୍ଟ ଶେଷ ସୁଦ୍ଧା ବର୍ଷା ସ୍ୱାଭାବିକ ରହିଛି । ଆଜି ସୁଦ୍ଧା ସାରା ରାଜ୍ୟରେ ୯୨୮ ମିଲିମିଟର ବର୍ଷା ହେବ କଥା । ହେଲେ ୮୯୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । କେବଳ ଅଗଷ୍ଟ ମାସରେ ୨୨ ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇଛିା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.