ଦୁନିଆର ପାଞ୍ଚଟି ଅଦ୍ଭୁତ ଜୀବ, ଯାହାଙ୍କ ରକ୍ତର ରଙ୍ଗ ଆପଣଙ୍କୁ କରିଦେବ ଆଶ୍ଚର୍ଯ୍ୟ

ଆପଣମାନେ ସମସ୍ତେ ଜାଣିଛନ୍ତି ରକ୍ତର ରଙ୍ଗ ନାଲି। ଦୁନିଆରେ ଏପରି କେତେକ ଜୀବ ଜନ୍ତୁ ରହିଛନ୍ତି ଯାହାର ରକ୍ତର ରଙ୍ଗ ନାଲି। କିନ୍ତୁ ଆପଣ ଜାଣନ୍ତି କି, ଦୁନିଆର କେତେକ ଏପରି ଜୀବ ରହିଛନ୍ତି, ଯାହାର ରକ୍ତର ରଙ୍ଗ ନାଲି ନୁହେଁ ବରଂ ସବୁଜ, ହଳଦିଆ ଏବଂ ନୀଳ ରହିଛି।

ac

ଅକ୍ଟୋପସ : ଅକ୍ଟୋପସ ଏକ ସାମୁଦ୍ରିକ ଜୀବ। ଅନେକ ଦେଶରେ ଲୋକମାନେ ଏହାକୁ ଖାଦ୍ୟ ଭାବେ ମଧ୍ୟ ଗ୍ରହଣ କରନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ଆଠଟି ଗୋଡ ଥିବା ଜନ୍ତୁର ରକ୍ତର ରଙ୍ଗ ନୀଳ। ଅକ୍ଟୋପସ ରକ୍ତରେ ତମ୍ବାର ମାତ୍ରା ଅଧିକ ରହିଥିବାରୁ ଏମାନଙ୍କର ରକ୍ତର ରଙ୍ଗ ନୀଳ ହୋଇଥାଏ।

ସି କୁକୁମ୍ବର : ଏହା ମଧ୍ୟ ଏକ ସମୁଦ୍ର ଜୀବ। ଯାହାର ନମା ସି କୁକୁମ୍ବର। ଏହା କାକୁଡିକୁ ଦେଖିବା ଭଳି ବୋଲି ଏହାର ନାମ କୁକୁମ୍ବର। ଏହା ଦେଖିବାକୁ ନୀଳ ହୋଇଥିବା ବେଳେ ଏହି ଜୀବର ରକ୍ତ କିନ୍ତୁ ହଳଦିଆ। ଏହା ପଛର ରହସ୍ୟ ଏପର୍ଯ୍ୟନ୍ତ ବୈଜ୍ଞାନିକ ମାନେ ଖୋଜି ପାଇନାହାନ୍ତି।

ku

ପିନଟ ଓ୍ଵାର୍ମ : ଏହି ଜୀବର ରକ୍ତ ରଙ୍ଗ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେେବେ। ଏହି ଜୀବର ରକ୍ତର ରଙ୍ଗ ବାଇଗଣୀ। ଏହି ଜୀବର ଶରୀରରେ

ହିମୋଥରିନ ନାମକ ପ୍ରୋଟିନର ଅକ୍ସିକରଣ ହେବା ବେଳେ ଏହାର ରକ୍ତର ରଙ୍ଗ ବାଇଗଣୀ କିମ୍ବା କେବେ କେବେ ଗୋଲାପୀ ହୋଇଥାଏ।

ଏହାସହ ପଢ଼ନ୍ତୁ ; ଓକିନୋଶିମା ଆଇଲ୍ୟାଣ୍ଡ, ଯେଉଁଠିକୁ ଯିବାକୁ ମହିଳାଙ୍କୁ ବାରଣ ଏବଂ ପୁରୁଷଙ୍କୁ ଦେବାକୁ ପଡିଥାଏ ଏହି ଅଗ୍ନିପରୀକ୍ଷା

5678

ନ୍ୟୁ ଗିନିଆ : ନ୍ୟୁ ଗିନିଆ ନାମକ ଏଣ୍ଡୁଅ ରକ୍ତର ରଙ୍ଗ ସବୁଜ ହୋଇଥାଏ। ଏହି ଏଣ୍ଡୁଅର ରଙ୍ଗ ସବୁଜ ଏବଂ ଜିଭ ମଧ୍ୟ ସବୁଜ ରହିଥାଏ।

453

କ୍ରୋକୋଡାଇଲ ଆଇସୋଫିଶ : ଏହା ଏକ ପ୍ରକାର ମାଛ । ଏହା ଆର୍ଣ୍ଟାକଟିକର ଗଭୀର ସମୁଦ୍ରରେ ଦେଖିବାକୁ ମିଳିଥାଏ। ଏହି ମାଛର ରକ୍ତ ରଙ୍ଗ ରଙ୍ଗହୀନ ହୋଇଥାଏ। ଏହି ଆଇସୋଫିଶ ମାଛ ରକ୍ତରେ ହିମୋଗ୍ଲୋବିନ ଏବଂ ହିମୋସାଇନିନ ନାହିଁ। ସେଥିପାଇଁ ଏହି ମାଛର କୌଣସି ରକ୍ତର ରଙ୍ଗ ନଥାଏ।

564

Leave A Reply

Your email address will not be published.