ଆପଣଙ୍କ ଉପରେ ପଡ଼ିଛି କି ଶନିଙ୍କ ବକ୍ରଦୃଷ୍ଟି? ଏହି ଉପାୟରେ ନ୍ୟାୟର ଦେବତାଙ୍କୁ କରନ୍ତୁ ପ୍ରସନ୍ନ

ଶନିଙ୍କୁ ନ୍ୟାୟର ଦେବତା ଭାବେ ପୂଜା କରାଯାଏ। ନ୍ୟାୟର ସମ୍ପର୍କ ଧର୍ମ ପାଳନ ସହ ରହିଛି। ଏଥିସହ ଭଲ ମନ୍ଦ କର୍ମ ମଧ୍ୟ ନ୍ୟାୟର ଆଧାରରେ ହୋଇଥାଏ। ଶାସ୍ତ୍ର ଅନୁସାରେ, ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ପାପ ପୁଣ୍ୟ ଓ କର୍ମ ଅନୁସାରେ ଆଶୀର୍ବାଦ ଏବଂ ଦଣ୍ଡ ଦେଇଥାନ୍ତି। ତେବେ ଶନିଙ୍କ ବକ୍ର ଦୃଷ୍ଟିରୁ ବଞ୍ଚିବା ଏକ ପ୍ରକାର ଅସମ୍ଭବ ହୋଇଥାଏ। ବିଭିନ୍ନ ପୂଜା ବିଧି ଦ୍ୱାରା ଶନିଙ୍କୁ ପ୍ରସନ୍ନ କରାଯାଇପାରିବ। ମାତ୍ର ପୂଜା ମଧ୍ୟ ଉଚିତ୍‌ ଢଙ୍ଗରେ ହେବା ଜରୁରୀ। ନଚେତ୍‌ ଶନିିଙ୍କ କୃପା ବଦଳରେ ଅଭିଶାପ ମିଳିବା ସମ୍ଭାବନା ରହିଛି। ତେବେ କେତେକ ସାଧାରଣ ଉପାୟ ଶନିଙ୍କ ପ୍ରଭାବରୁ ବଞ୍ଚାଇପାରିବ। ଆସନ୍ତୁ ଜାଣିବା ଶନିଙ୍କ ବକ୍ରଦୃଷ୍ଟିରୁ ବଞ୍ଚିବା ଉପାୟ;

ଏହାସହ ପଢ଼ନ୍ତୁ: ଭୁଲ୍‌ ଜାଗାରେ ରଖୁଛନ୍ତିି କି ଜୋତା, କାଙ୍ଗାଳ କରିଦେବେ ଶନିଦେବ

୧. ଶନିବାର କଳା ରଙ୍ଗର ଚମଡ଼ା ଚପଲ କିମ୍ବା ଜୋତା ମନ୍ଦିର ବାହାରେ ରଖି ଫେରିଆସନ୍ତୁ। ଏଭଳି କରିବା ଦ୍ୱାରା ଶନିଦଶା ଦୂର ହୋଇଥାଏ।

୨. ଶନିବାର ଦିନ କାହାକୁ ଚପଲ କିମ୍ବା ଜୋତା ଉପହାର ଦିଅନ୍ତୁ ନାହିଁ। ଏହି ଦିନ ଗରିବଙ୍କୁ ଜୋତା ଦାନ କଲେ ଶୁଭଫଳ ପ୍ରାପ୍ତ ହୁଏ।
୩. କଳା ଚଣାକୁ ସୋରିଷ ତେଲରେ ପକାଇ ଶନିଦେବଙ୍କୁ ଭୋଗ ଲଗାନ୍ତୁ। ଏହି ଉପାୟରେ ଶନିଦେବ ତୁରନ୍ତ ପ୍ରସନ୍ନ ହୋଇଥାଆନ୍ତି ଏବଂ ଭାଗ୍ୟ ଉଜ୍ଜ୍ୱଳ ହୋଇଥାଏ।

୪. ଭୈରବ ବାବାଙ୍କ ନିକଟରେ ମଦ ଭୋଗ କରିବା ଦ୍ୱାରା ମଧ୍ୟ ଶନିଦେବ ପ୍ରସନ୍ନ ହୋଇଥାନ୍ତି।
୫. ଅନ୍ଧ, ମୁକ, ବଧିର, ଦିବ୍ୟାଙ୍ଗ ଏବଂ ସଫେଇ କର୍ମଚାରୀଙ୍କୁ ଖୁସି କରିବା ଦ୍ୱାରା ମଧ୍ୟ ଶନିଦଶା ଦୂର ହୋଇଥାଏ।

Leave A Reply

Your email address will not be published.