Below header

ହାରିଯାଇନି ଚନ୍ଦ୍ରଯାନ ୨, ଅର୍ବିଟର ଏବେ ବି ସକ୍ରିୟ

ନୂଆଦିଲ୍ଲୀ: ହାରିଯାଇନି ଚନ୍ଦ୍ରଯାନ ୨। ଚନ୍ଦ୍ରପୃଷ୍ଠରେ ଅବତରଣର ଶେଷ ମୁହୁର୍ତ୍ତରେ ଇସ୍ରୋ ସହ ଲ୍ୟାଣ୍ଡର ବିକ୍ରମରୁ କୌଣସି ପ୍ରକାର ସିଗନାଲ୍ ମିଳୁ ନ ଥିଲେ ମଧ୍ୟ ଅର୍ବିଟର ତା’ର କାର୍ଯ୍ୟ ଜାରି ରଖିଛି। ଚନ୍ଦ୍ରଯାନ-୨ ଅର୍ବିଟର ଏବେବି ଚନ୍ଦ୍ରକୁ ସଫଳତାର ସହ ପରିକ୍ରମା କରୁଛି। ଏହି ମିଶନ ୧ ବର୍ଷ ଧରି ଚାଲିବ। ଏହି ସମୟ ମଧ୍ୟରେ ଚନ୍ଦ୍ରପୃଷ୍ଠର ଅନେକ ତଥ୍ୟ ପଠାଇବ ଅର୍ବିଟର୍। ଏହି ଅର୍ବିଟର ଲ୍ୟାଣ୍ଡର ବିକ୍ରମର ମଧ୍ୟ ଫଟୋ ପଠାଇ ପାରିବ ବୋଲି ଜଣାପଡ଼ିଛି। ଏହାପରେ ବିକ୍ରମର ସ୍ଥିତି ନେଇ ସଠିକ୍ ତଥ୍ୟ ମିଳିପାରିବ।

cgi

ସେଥିପାଇଁ ଏହି ମିଶନ୍ରେ ଅର୍ବିଟର ଚନ୍ଦ୍ରପୃଷ୍ଠର ଗବେଷଣା କ୍ଷେତ୍ରରେ ଅନେକ ସହାୟକ ହେବ ବୋଲି ଇସ୍ରୋ ବୈଜ୍ଞାନିକ ଆଶାବାଦୀ ରହିଛନ୍ତି। ଇସ୍ରୋର ପୂର୍ବ ଅଧ୍ୟକ୍ଷ କହିଛନ୍ତି, ଚନ୍ଦ୍ରଯାନ ୨ ର ମିଶନ ୯୫ ପ୍ରତିଶତ ଉଦ୍ଦେଶ୍ୟ ସଫଳ ହୋଇଛି।

ବିକ୍ରମ ଏବଂ ପ୍ରଜ୍ଞାନରୁ ସୂଚନା ମିଳିପାରୁ ନ ଥିବାବେଳେ ଅର୍ବିଟର ତା’ର କାର୍ଯ୍ୟ ଜାରି ରଖିଛି। ଚନ୍ଦ୍ରପୃଷ୍ଠରୁ ୨.୧ କିଲୋମିଟର ଦୂରତା ଯାଏ ଲ୍ୟାଣ୍ଡର ବିକ୍ରମ ସ୍ୱାଭାବିକ ଭାବେ କାର୍ଯ୍ୟ କରିଥିଲା। ତା’ ପରେ ଲ୍ୟାଣ୍ଡର ବିକ୍ରମ ପାଖରୁ ଇସ୍ରୋ କଣ୍ଟ୍ରୋଲ ରୁମକୁ କୌଣସି ସୂଚନା ମିଳିନଥିଲା। ଚନ୍ଦ୍ରଯାନ-୨ ଅଭିଯାନ ପାଇଁ ୯୭୮ କୋଟି ଖର୍ଚ୍ଚ ହୋଇଥିବା ବେଳେ ୯୫ ପ୍ରତିଶତ ଅର୍ବିଟର ଲାଗି ଖର୍ଚ୍ଚ ହୋଇଛି। ମାତ୍ର ୫ ପ୍ରତିଶତ ଲ୍ୟାଣ୍ଡର ଏବଂ ରୋଭର ଲାଗି ଖର୍ଚ୍ଚ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.