ଅଟୋ ଚାଳକ ବାନ୍ଧିଲେନି ସିଟ୍‌ ବେଲ୍ଟ, ଚାଲାଣ କାଟିଲା ପୋଲିସ : ଆଶ୍ଚର୍ଯ୍ୟ ହେଲେ ମଧ୍ୟ ସତ

ମୁଜାଫରପୁର ; କଥାଟି ପଢି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ। କିନ୍ତୁ ଏପରି ସତରେ ଘଟିଛି। ମୋଟର ଯାନ ସଂଶୋଧନ ୨୦୧୯ ଆଇନ ଅନୁଯାୟୀ ସମଗ୍ର ଦେଶରେ ଲୋକମାନଙ୍କର ଚାଲାଣ କାଟିବା ଆରମ୍ଭ ହୋଇଯାଇଛି । ପ୍ରତିଦିନ ବିଭିନ୍ନ ପ୍ରକାର ଖବର ଶୁଣିବାକୁ ମିଳୁଛି। ଏପରି ଏକ ଘଟଣା ବିହାର ମୁଜାଫରପୁରର ସରେୟା ଅଞ୍ଚଳରେ ଦେଖିବାକୁ ମିଳିଛି। ଏଠାରେ ଜଣେ ଅଟୋ ଚାଳକ ସିଟ୍‌ ବେଲ୍ଟ ବାନ୍ଧିନଥିବା ଯୋଗୁଁ ଚାଲାଣ କଟିଛି। ସେଥିପାଇଁ ଅଟୋ ଡ୍ରାଇଭରଙ୍କୁ ୧୦୦୦ ଟଙ୍କା ଜରିମାନା ଦେବାକୁ ପଡିଛି। ଅଟୋ ଚାଳକ ଗରିବ ଥିବାରୁ ତାଙ୍କର ସର୍ବନିମ୍ନ ୧୦୦୦ ଟଙ୍କା ଚାଲାଣ କଟିଛି । ଅଟୋରେ ସିଟ୍‌ ବେଲ୍ଟ ନଥାଏ, ତେବେ କ’ଣ ପାଇଁ ଅଟୋ ଚାଳକଙ୍କ ଚାଲାଣ କଟିଛି ତାହା ଆଶ୍ଚର୍ଯ୍ୟଜନକ।

ଏହାସହ ପଢନ୍ତୁ ; ଚଳନ୍ତା ଅଟୋର ଟାୟାର ଚେଞ୍ଜ କଲେ ଚାଳକ, ଲୋକେ ଦେଖି କହିଲେ ‘ଆମେ ଚନ୍ଦ୍ରଯାନ ୨ର ଲ୍ୟାଣ୍ଡରକୁ ମଧ୍ୟ ଠିକ୍‌ କରିପାରିବା…

ସେହିଭଳି ସମଗ୍ର ଦେଶରେ ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରିବା କାରଣରୁ ଅତ୍ୟଧିକ ଜରିମାନା ଦେବାକୁ ପଡିଛି। କେତେକ ସ୍ଥାନରେ ଲକ୍ଷ ଲକ୍ଷ ଟଙ୍କା ମଧ୍ୟ ଜରିମାନା ଲାଗିଥିବା ଖବର ଶୁଣିବାକୁ ମିଳିଛି। ଏଭଳି ସ୍ଥିତିରେ ଅନେକ ରାଜ୍ୟ ଏହି ନିୟମ ଲାଗୁ କରିବା ପାଇଁ ମନା କରିଦେଇଛନ୍ତି। ମହାରାଷ୍ଟ୍ର, ରାଜସ୍ଥାନ, ମଧ୍ୟପ୍ରଦେଶ ଭଳି ରାଜ୍ୟରେ ଏହି ନିୟମ ଲାଗୁ କରାଯାଇନାହିଁ। ଗତ କିଛି ଦିନ ହେବ ଏହାକୁ ନେଇ ଅଜବ ଘଟଣା ସବୁଦେଖିବାକୁ ମିଳିଛି।

Leave A Reply

Your email address will not be published.