ଯାଜପୁର: କେନାଲରେ ବୁଡି ୪ର୍ଥ ଶ୍ରେଣୀ ଛାତ୍ରର ମୃତ୍ୟୁ, ପରିବାରରେ ଶୋକର ଛାୟା

ଯାଜପୁର ଟାଉନ(କେନ୍ୟୁଜ୍): କେନାଲରେ ବୁଡି ୪ର୍ଥ ଶ୍ରେଣୀ ଛାତ୍ରର ମୃତ୍ୟୁ । ଯାଜପୁର ବିଂଝାରପୁର ଥାନା କପିଳା ମାନ୍ଧାତାପାଟଣା ନିକଟସ୍ଥ କେନାଲରେ ଘଟିଛି ଏହି ଅଘଟଣ । ମୃତକ ହେଲେ ବିଦ୍ୟାଧର ମଲ୍ଲିକଙ୍କ ପୁଅ ରାଜା । ଗାଁର କିଛି ପିଲା ଏହି କେନାଲରେ ଗାଧୋଉଥିବା ବେଳେ ରାଜା ଙ୍କ ଗୋଡ ଖସିଯାଇଥିଲା । ତାଙ୍କୁ ଉଦ୍ଧାର କରିବାକୁ ଅନ୍ୟ କେତେକ ପିଲା ଯାଇଥିଲେ ହେଁ ଉଦ୍ଧାର କରିପାରିନଥିଲେ । ଏ ନେଇ ବିଂଝାରପୁର ଦମକଳ ବାହିନିକୁ ଖବର ଦିଆଯାଇଥିଲା । ଦମକଳ ବାହିନି ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ କରାଯାଇଥିଲା । ମୃତ ଦେହକୁ ଉଦ୍ଧାର କରାଯିବା ପରେ ଶବ ବ୍ୟବଚ୍ଛେଦ ପାଇଁ ଯାଜପୁର ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ଏ ନେଇ ବିଂଝାରପୁର ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ମୃତକ ରାଜା ମଧୁସୁଦନପୁର ପ୍ରାଥମିକ ବିଦ୍ୟାଳୟର ଛାତ୍ର ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.