ଭାରତ ସରକାର ଲଞ୍ଚ୍‌ କଲେ CEIR, ଏବେ ସିମ୍‌ ବଦଳାଇଲେ ମଧ୍ୟ ଧରାପଡ଼ିବ ଚୋରି

ଦେଶରେ ସ୍ମାର୍ଟଫୋନ୍‌ ଚୋରି ଘଟଣା ଦିନକୁ ଦିନ ବୃଦ୍ଧିପାଇବାରେ ଲାଗିଛି। ବାରମ୍ବାର ଏଭଳି ଚୋରି ବଢ଼ିବାକୁ ଦୃଷ୍ଟିରେ ରଖି ଭାରତର ସରକାର ୱେବ ପୋର୍ଟାଲ ଆରମ୍ଭ କରିଛନ୍ତି। କେନ୍ଦ୍ରୀୟ ଦୂରସଞ୍ଚାର ମନ୍ତ୍ରୀ ରବିଶଙ୍କର ଏହାର ଉନ୍ମୋଚନ କରିଛନ୍ତି। ମହାରାଷ୍ଟ୍ରର ଲୋକେ ପ୍ରଥମ ଏହାର ଫାଇଦା ଉଠାଇପାରିବେ। ଯେଉଁ ବ୍ୟକ୍ତିଙ୍କ ଫୋନ୍‌ ଚୋରି ହୋଇଛି ସେ ଏହି ପୋର୍ଟାଲରେ ଅଭିଯୋଗ କରିପାରିବେ। ସେହିପରି ବ୍ୟକ୍ତିି ଜଣକ ଏଫ୍‌ଆଇଆର୍‌ ରୁଜୁ କରିବା ସହ ହେଲ୍ପଲାଇନ୍‌ ନମ୍ବର ୧୪୪୨୨ରେ କଲ କରି ଦୂର ସଞ୍ଚାର ମନ୍ତ୍ରଣାଳୟକୁ ମଧ୍ୟ ସୂଚନା ଦେଇପାରିବେ। ଫଳରେ ଦୂର ସଞ୍ଚାର ବିଭାଗ ଚୋରି ହୋଇଥିବା ଫୋନ୍‌କୁ ବ୍ଲକ କରିଦେବେ। ଦୂରସଞ୍ଚାର ବିଭାଗ ଆଇଏମ୍‌ଇଆଇ ନମ୍ବର ସହାୟତାରେ ଫୋନ୍‌ର ପତ୍ତା ଲଗାଇପାରିବେ।

ଏହା ସହ ସରକାର Central Equipment Identity Register (CEIR) ନାମରେ ପ୍ରୋଜେକ୍ଟ ଆରମ୍ଭ କରିଛନ୍ତି। ଏହି ପ୍ରୋଜେକ୍ଟରେ ୧୫ କୋଟି ଟଙ୍କା ଖର୍ଚ୍ଚ ହେବ। ଦୂରସଞ୍ଚାର ବିଭାଗ ଏହି ସିଷ୍ଟମ୍‌ ସହାୟତାରେ ସମସ୍ତ ଚୋରି ହୋଇଥିବା ମୋବାଇଲ୍‌ ସର୍ଭିସକୁ ବ୍ଲକ କରି ଦେବ। ଫୋନ୍‌ର ଆଇଏମ୍‌ଇଆଇ ନମ୍ବର କିମ୍ବା ସିମ୍‌ ବଦଳାଯାଇଥିଲେ ମଧ୍ୟ ଫୋନ୍‌ ସର୍ଭିସ ବ୍ଲକ କରି ହେବ। ଏହି ସିଷ୍ଟମ ବିଭାଗ ସହ ପ୍ରାୟ ସମସ୍ତ ମୋବାଇଲ୍‌ର ଆଇଏମ୍‌ଇଆଇ ଡାଟା ବେସ୍‌ ସହ ସଂଯୋଗ କରିବ।

ଏହାସହ ପଢନ୍ତୁ: ଭାରତରେ ଲଞ୍ଚ ହେଲା LG Q60 , ଜାଣନ୍ତୁ କଣ ରହିଛି ଏହାର ବିଶେଷତ୍ୱ

ଦୂର ସଞ୍ଚାର ବିଭାଗର ଜଣେ କର୍ମଚାରୀଙ୍କ କହିବାନୁସାରେ ମୋବାଇଲ୍‌ ଚୋରି ହେବା ସହ ବ୍ୟକ୍ତିଙ୍କ ନିଜସ୍ୱ ତଥ୍ୟ ମଧ୍ୟ ଲିକ୍‌ ହେବା ସମ୍ଭାବନା ରହିଛି। ଯାହା ଦେଶର ସୁରକ୍ଷା ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରେ। ଏହି ସିଷ୍ଟମ ମାଧ୍ୟମରେ ଫୋନ୍‌ ଚୋରି ରୋକାଯାଇପାରିବ। ଖୁବ୍‌ଶୀଘ୍ର ଅନ୍ୟ ରାଜ୍ୟରେ ମଧ୍ୟ ଏହି ସିଇଆଇଆର ଆରମ୍ଭ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

Leave A Reply

Your email address will not be published.