ପିମ୍ପୁଡି କ’ଣ ପାଇଁ ସବୁବେଳେ ସିଧା ଲାଇନରେ ଚାଲିଥାନ୍ତି ? ଜାଣନ୍ତି କି ଏହାର ରହସ୍ୟ

ପରିବେଶକୁ ସନ୍ତୁଳନରେ ରଖିବା ପାଇଁ ଭଗବାନ ଛୋଟରୁ ଛୋଟ ଏବଂ ବଡ ଜୀବଜନ୍ତୁକୁ ସୃଷ୍ଟି କରିଛନ୍ତି। ଏମାନଙ୍କ ମଧ୍ୟରେ ସବୁଠାରୁ ଛୋଟ ଜୀବ ହେଲା ପିମ୍ପୁଡି। ଛୋଟ ହେଲେ ମଧ୍ୟ ଏହି ଜୀବ ବିଶାଳକାୟ ହାତୀକୁ ମଧ୍ୟ ଅଥୟ କରିଦିଏ। କିନ୍ତୁ ଆପଣ ଜାଣିଛନ୍ତି କି, କ’ଣ ପାଇଁ ପିମ୍ପୁଡି ସର୍ବଦା ସିଧା ଲାଇନରେ ଚାଲିଥାନ୍ତି । ଏହା ପଛରେ କ’ଣ ରହସ୍ୟ ରହିଛି,ତାହା ଆପଣ ମାନେ ହୁଏତ ଜାଣିନଥିବେ ?

Marching ants

ଆପଣମାନେ ଜାଣିଛନ୍ତି କି ପିମ୍ପୁଡିମାନଙ୍କର ମଧ୍ୟ କଲୋନୀ ରହିଛି। ଏହି କଲୋନୀରେ ରାଣୀ ପିମ୍ପୁଡି ସହିତ ବିଭିନ୍ନ ପ୍ରକାର ପିମ୍ପୁଡି ରହିଥାନ୍ତି। ରାଣୀ ପିମ୍ପୁଡିର ଛୁଆ ସଂଖ୍ୟା ଲକ୍ଷ ଲକ୍ଷ ରହିଥାଏ। ସ୍ତ୍ରୀ ପିମ୍ପୁଡିର ପର ନଥିବା ବେଳେ ପୁରୁଷ ପିମ୍ପୁଡିର ପର ରହିଥାଏ।

09

ଆମେ ସାଧାରଣତଃ ନାଲି ପିମ୍ପୁଡି କିମ୍ବା କଳା ପିମ୍ପୁଡି ବିଷୟରେ ଜାଣିଥାଉ, କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ସମଗ୍ର ବିଶ୍ୱରେ ପିମ୍ପୁଡିର ୧୨ ହଜାର ପ୍ରଜାତି ରହିଛି। କେବଳ ଆଣ୍ଟର୍କାଟିକାକୁ ଛାଡି ଦୁନିଆର ପ୍ରତି କୋଣରେ ପିମ୍ପୁଡି ରହିଥାଏ।

ଏହାସହ ପଢ଼ନ୍ତୁ ; ରହସ୍ୟମୟ ଏହି ଗରମ ପାଣି ଝରଣା, ଗାଧୋଇବା ଦ୍ୱାରା ଦୂର ହୋଇଥାଏ ଶରୀରର ଅନେକ ରୋଗ

ପିମ୍ପୁଡିର ସବୁଠାରୁ ବିପଦପୂର୍ଣ୍ଣ ପ୍ରଜାତି ବ୍ରାଜିଲର ଆମାଜନ ଜଙ୍ଗଲରେ ରହିଛି। କୁହାଯାଏ, ବନ୍ଧୁକର ଗୁଳି ଭଳି ତାର ଡଙ୍କ ଶରୀରରେ ପଶିଯାଏ। ଏମାନଙ୍କୁ ‘ବୁଲେଟ ଆଣ୍ଟ’ ବୋଲି କୁହାଯାଏ।

86

ସବୁଠାରୁ ଅଧିକ ସମୟ ଜୀବିତ ରହୁଥିବା ପିମ୍ପୁଡିକୁ ପୋକ ଶ୍ରେଣୀର ହୋଇଥାନ୍ତି। ସେହିପରି ଦୁନିଆରେ ଏପରି କେତେକ ପୋକ ରହିଥାନ୍ତି, ଯାହା ମାତ୍ର କିଛି ଦିନ କିମ୍ବା କିଛି ସମୟ ପର୍ଯ୍ୟନ୍ତ ଜୀବନ ରହିଥାନ୍ତି। କିନ୍ତୁ ଏହାର ବିପରୀତ ହେଉଛି ପିମ୍ପୁଡିର ଏହି ପ୍ରଜାତି। ଯାହାର ନାମ ‘ପୋଗୋନାମିମେକ୍ସ ଆହୀ’। ଏହି ରାଣୀ ପିମ୍ପୁଡି ୩୦ ବର୍ଷ ପର୍ଯ୍ୟନ୍ତ ଜୀବିତ ରହିଥାଏ।

ପିମ୍ପୁଡି ଦୁନିଆର ସବୁଠାରୁ ମଜବୁତ ପ୍ରାଣୀ ମଧ୍ୟରେ ଅନ୍ୟତମ। ଏହା ଦେଖିବାକୁ ଛୋଟ କିନ୍ତୁ ଏମାନଙ୍କ ଭିତରେ ଏପରି ପ୍ରତିଭା ରହିଛି ଯେ, ସେମାନଙ୍କ ଓଜନର ୫୦ ଗୁଣ ଅଧିକ ଓଜନ ଜିନିଷ ଉଠାପାରିବେ।

678

ପିମ୍ପୁଡିର ଫୁସଫୁସ ନଥାଏ। ସେଥିପାଇଁ ଅମ୍ଳଜାନ ଏବଂ ଅଙ୍ଗାରକାମ୍ଳ ଯିବା ଆସିବା କରିବାକୁ ସେମାନଙ୍କ ଶରୀରରେ ଛୋଟ ଛୋଟ ଛିଦ୍ର ରହିଥାଏ। କିନ୍ତୁ ପିମ୍ପୁଡିର କାନ ନଥାଏ। ଯାହା ଭୂମିର କମ୍ପନ ଦ୍ୱାରା ଶବ୍ଦକୁ ଅନୁଭବ କରିପାରନ୍ତି।

ପିମ୍ପୁଡିଙ୍କର ଆଖି ରହିଥାଏ, କିନ୍ତୁ ତାହା କେବଳ ଅନ୍ୟକୁ ଦେଖାଇବା ପାଇଁ। ପିମ୍ପୁଡି କିନ୍ତୁ ପ୍ରକୃତରେ କିଛି ଦେଖିପାରନ୍ତି ନାହିଁ। ଖାଦ୍ୟ ସନ୍ଧାନରେ ପିମ୍ପୁଡିମାନେ ଯେତେବେଳେ ବାହାରକୁ ବାହାରିଥାନ୍ତି ସେତେବେଳେ ସେମାନଙ୍କର ରାଣୀ ପିମ୍ପୁଡି ଫେରୋମୋନ୍ସ ନାମକ ଏକ ରସାୟନ ଗ୍ୟାସ ଛାଡିଥାଏ, ଏହାର ଗନ୍ଧ ଶୁଣି ଅନ୍ୟ ପିମ୍ପୁଡି ତାର ପଛରେ ଚାଲିଥାନ୍ତି। ଯେଉଁଥି ପାଇଁ ପିମ୍ପୁଡି ଗୋଟେ ଲାଇନରେ ଚାଲିଥାନ୍ତି।

Leave A Reply

Your email address will not be published.