ଏଚଡିଏଫସି ବ୍ୟାଙ୍କ୍ ରିହାତି ମାମଲାରେ ସିଧାସଳଖ ଇ-କମର୍ସ କମ୍ପାନୀଙ୍କୁ ଟକ୍କର ଦେଉଛି। ବ୍ୟାଙ୍କ ପକ୍ଷରୁ ଲେଣଦେଣରେ ରିହାତି ଦେବା ପାଇଁ ତିନି ମାସର ଅଭିଯାନ ଆରମ୍ଭ କରିଛି। ବ୍ୟାଙ୍କ୍ ବ୍ୟବସାୟୀଙ୍କ ସହିତ ମଧ୍ୟ ଯୋଡି ହେବା ପାଇଁ ଲକ୍ଷ୍ୟ ରଖିଛି।
ବ୍ୟାଙ୍କ୍ ଜଣାଇଛି ଯେ ଡିଜିଟାଲ ଲେଣଦେଣର ପ୍ରତ୍ସୋହନ ଜରିଆରେ ସେ ନିଜର ପରିଚାଳନା ଖର୍ଚ୍ଚ-ପରିଚାଳନା ଆୟ ଅନୁପାତରେ ପାଞ୍ଚ ପ୍ରତିଶତ ରିହାତି ଦେବାର ଲକ୍ଷ୍ୟ ରଖିଛି। ତୁନ ମାସରେ ସଫଳ ଘରୋଇ ଉତ୍ପାଦର ବୃଦ୍ଧି ଦର ହ୍ରାସ ପାଇ ଛଅ ବର୍ଷ ପୂର୍ବ ସ୍ତରର ପାଞ୍ଚ ପ୍ରତିଶତକୁ ଆସିଯାଇଛି।
ବ୍ୟାଙ୍କ ରିଲାଏନ୍ସ ଡିଜିଟାଲ, ସାମସଙ୍ଗ୍, ଆପଲ ସହିତ ୧,୦୦୦ରୁ ଅଧିକ ବ୍ରାଣ୍ଡ ସହିତ ଟକ୍କର ଦେବା ପାଇଁ ବଡ ଡିସକାଉଣ୍ଟର ଘୋଷଣା କରିଛନ୍ତି। ବ୍ୟାଙ୍କ୍ ଜଣାଇଛି ଯେ ତାହାର ଡେବିଟ କାର୍ଡ କିମ୍ବା କ୍ରେଡିଟ କାର୍ଡ ଦ୍ୱାରା କିଣାବିକା କଲେ ବଡ ଡିସକାଉଣ୍ଟ ମିଳିବ। ଏଚଡିଏଫସିର ପ୍ରବନ୍ଧ ନିର୍ଦ୍ଦେଶକ ଏବଂ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ କହିଛନ୍ତି ଯେ ଆପଣଙ୍କୁ ଫ୍ଲିପକାର୍ଟ ଏବଂ ଆମାଜନରେ କକେବଳ ତିନି ଚାରି ଦିନ ପର୍ଯ୍ୟନ୍ତ ରିହାତି ମିଳୁଛି। କିନ୍ତୁ ଆମେ ଏହି ଅଭିଯାନ ତିନି ମାସ ପାଇଁ ଆରମ୍ଭ କରିବୁ।