ବରଗଡ଼(କେନ୍ଯୁଜ୍) :ଫସଲବୀମା କ୍ଷତିପୂରଣ ପ୍ରଦାନରେ ବିଳମ୍ବ ଓ ପ୍ରତାରଣା ପ୍ରତିବାଦରେ ବରଗଡ଼ରେ ଗଣ ସତ୍ୟାଗ୍ରହ। ବରଗଡ଼ ଜିଲ୍ଲା ଜୟ କିଷାନ ଆନ୍ଦୋଳନ ଏବଂ ପଶ୍ଚିମ ଓଡିଶା କୃଷକ ସଙ୍ଗଠନ ସମନ୍ଵୟ ସମିତି ପକ୍ଷରୁ ସ୍ଥାନୀୟ ଗାନ୍ଧିଛକଠାରେ ସତ୍ୟାଗ୍ରହ ଆରମ୍ଭ ହୋଇଛି। ଚକଡା ପୋକ ଯୋଗୁ ବ୍ୟାପକ ଫସଲହାନୀ ହୋଇ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଛି। ଏଭଳି ସ୍ଥଳେ ଆକଳନରେ ଭୁଲ ଥିବା ଦର୍ଶାଇ ବୀମା କମ୍ପାନି କ୍ଷତିପୂରଣ ଦେଉନାହାନ୍ତି। ଏନେଇ ବାରମ୍ବାର ଆନ୍ଦୋଳନ, ଉଚ୍ଚସ୍ତରୀୟ ବୈଠକ ହୋଇଥିଲେ ବି ବୀମା ରାଶି ମିଳିନାହିଁ । ତେଣୁ ବାଧ୍ୟ ହୋଇ ଗଣ ସତ୍ୟାଗ୍ରହ କରାଯାଇଛି । ତେବେ ଯେ ପଯ୍ୟର୍ନ୍ତ ଚାଷୀଙ୍କୁ ବୀମା ରାଶି ନମିଳିବ ସେତେଦିନ ଯାଏ ଆନ୍ଦୋଳନ ଜାରି ରହିବ ବୋଲି ଚାଷୀ ନେତା କହିଛନ୍ତି ।