ଚାକିରି ଚାଲିଗଲା, ଘରେ ବସି ସ୍ତ୍ରୀଙ୍କ ସଉଦା କଲେ ସ୍ୱାମୀ, ସାଙ୍ଗମାନଙ୍କୁ ଡାକି ଜୋର୍ ଜବରଦସ୍ତ କରାଉଥିଲେ ଏମିତି କାମ
ଯଦି କାହାର ହଠାତ ଚାକିରି ଚାଲିଯାଏ, ସେ ବହୁତ ଚିନ୍ତିତ ହୋଇପଡ଼େ। ଆଉ ଏହି ଚିନ୍ତା ଯୋଗୁ ବେଳେବେଳେ ନିଜ ଲୋକଙ୍କ ଉପରେ ରାଗ ଶୁଝାଇଦିଏ। କିନ୍ତୁ ଜଣେ ବ୍ୟକ୍ତି ବହୁତ ଘୃଣ୍ୟ କାମ କରିଛନ୍ତି। ଉତ୍ତର ପ୍ରଦେଶର ବସ୍ତି ଜିଲାରେ ଘଟିଥିବା ଏମିତି ଏକ ଘଟଣା ଏବେ ସାମ୍ନାକୁ ଆସିଛି।
ଯେବେ ବ୍ୟକ୍ତିଙ୍କ ସହ ଏପରି ଘଟଣା ଘଟିଲା, ସେ ନିଜ ସ୍ତ୍ରୀଙ୍କୁ ପଇସା ମାଗିବା ଆରମ୍ଭ କରିଦେଲେ। କିନ୍ତୁ ସ୍ତ୍ରୀ ପଇସା ଦେଇ ନ ପାରିବାରୁ ବ୍ୟକ୍ତି ଜଣକ ତାଙ୍କ ସଉଦା କରିଦେଲେ। ବ୍ୟକ୍ତି ତାଙ୍କ ସାଙ୍ଗମାନଙ୍କୁ ଘରକୁ ଡାକି ସ୍ତ୍ରୀଙ୍କ ସହ ଦୁଷ୍କର୍ମ କରାଉଥିଲେ। ମନା କଲେ ସ୍ତ୍ରୀଙ୍କୁ ମାରପିଟ ମଧ୍ୟ କରୁଥିଲେ। ନିର୍ଯାତନା ଅସହ୍ୟ ହେବାରୁ ମହିଳା ଜଣକ ଏ ନେଇ ପୋଲିସ ନିକଟରେ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ କରିଥିଲେ।
ଏହାସହ ପଢ଼ନ୍ତୁ: ଗଛ ଉପରେ ପଡ଼ିଲା ବଜ୍ରପାତ, ବାହାର ପଟୁ ହେଲାନି କୌଣସି କ୍ଷତି, ଭିତରେ ହୁତୁହୁତୁ ହୋଇ ଜଳିଉଠିଲା ନିଆଁ!
ମହିଳାଙ୍କ ଅଭିଯୋଗ ଅନୁଯାୟୀ, ପ୍ରଥମରୁ ହିଁ ତାଙ୍କ ସ୍ୱାମୀ ତାଙ୍କୁ ପୁଅ ଜନ୍ମ କରିବାକୁ ନେଇ ମାଡ଼ ମାରୁଥିଲେ। ସେ ପୂର୍ବରୁ ଗୋଆରେ ଟାଇଲ୍ସ କାମ କରୁଥିଲେ। କିନ୍ତୁ ପରେ ଏହି କାମ ତାଙ୍କ ହାତରୁ ଚାଲିଯାଇଥିଲା। ସେ ସ୍ତ୍ରୀଙ୍କୁ ପଇସା ମାଗୁଥିଲେ। ପଇସା ନ ମିଳିବାରୁ ବ୍ୟକ୍ତି ଜଣକ ନିଜ ସ୍ତ୍ରୀ ଏବଂ ଝିଅମାନଙ୍କୁ ଘରୁ ବାହାର କରିଦେଇଥିଲେ। ଫଳରେ ମହିଳା କାନପୁରରୁ ନିଜ ଝିଅମାନଙ୍କୁ ଧରି ବସ୍ତିରେ ପହଞ୍ଚିଥିଲେ। ଆଉ ଏଠାରେ ନିଜ ଭଉଣୀ ଘରେ ରହିବାକୁ ଲାଗିଲେ। ଅନ୍ୟପକ୍ଷରେ ଅଭିଯୋଗ ପାଇ ପୋଲିସ ଘଟଣାର ତଦନ୍ତ କରୁଛି।