ଗଞ୍ଜାମ ବାଲିପଦର ରଘୁନାଥ ସ୍ୱାମୀ ଉଚ୍ଚ ବାଳିକା ବିଦ୍ୟାଳୟରେ ଭୌତିକ କାଣ୍ଡ, ପାଠପଢ଼ା ଚାଲୁଥିବା ବେଳେ ମୁର୍ଚ୍ଛା ହୋଇଯାଉଛନ୍ତି ଛାତ୍ରୀ
ଗଞ୍ଜାମ(କେନ୍ୟୁଜ୍): ସ୍କୁଲରେ ଭୌତିକ କାଣ୍ଡ। ପାଠପଢ଼ା ଚାଲୁଥିବା ବେଳେ ମୁର୍ଚ୍ଛା ଯାଉଛନ୍ତି ଛାତ୍ରୀ। ଅଚେତ ହୋଇ ପଡୁଛନ୍ତି। ଏଣୁତେଣୁ ବି ଗପୁଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବାଲିପଦର ସ୍ଥିତ ରଘୁନାଥ ସ୍ୱାମୀ ଉଚ୍ଚ ବାଳିକା ବିଦ୍ୟାଳୟରେ। ହଠାତ୍ ସ୍କୁଲର ଛାତ୍ରୀ ବିକଟାଳ ଚିତ୍କାର କରିବା ସହ ସେମାନଙ୍କଠାରେ ଅସ୍ୱାଭାବିକ ଲକ୍ଷଣ ଦେଖାଯାଉଛି। ଲୋକ ଅଭିଯୋଗ କରିଛନ୍ତି, ଏହା କୌଣସି ଭୌତିକ କାଣ୍ଡ କିମ୍ବା ତନ୍ତ୍ର ବିଦ୍ୟାର ପ୍ରୟୋଗ। ସ୍କୁଲ ପରିବେଶରେ ଭୂତ କିମ୍ବା କୌଣସି ମୃତ ଲୋକର ଆତ୍ମା ଏଭଳି କରୁଛି ବୋଲି ବିଶ୍ୱାସ କରୁଛନ୍ତି ସ୍ଥାନୀୟ ଲୋକ। ଏହି ଘଟଣାକୁ ନେଇ ଛାତ୍ରୀ, ଶିକ୍ଷୟିତ୍ରୀ ଓ ଅଭିଭାବକ ମହଲରେ ଭୟର ବାତାବରଣ ଖେଳି ଯାଇଛି। ସ୍କୁଲ ଯିବାକୁ ଡରୁଛନ୍ତି ଛାତ୍ରୀ। ବିଶେଷ କରି ଦଶମ ଶ୍ରେଣୀର ଛାତ୍ରୀ ଏମିତି ଭୌତିକ କାଣ୍ଡର ଶିକାର ହେଉଛନ୍ତି।