ସେରେନା ଓ୍ଵିଲିୟମ୍ସଙ୍କ ଭଳି ଗୋଲ୍ଡ ଇୟରକଫ ପିନ୍ଧିଥିବାର ନଜର ଆସିଲେ ଅନୁଷ୍କା, ଜାଣନ୍ତୁ କେତେ ରହିଛି ଏହାର ମୂଲ୍ୟ

ଆକ୍ଟ୍ରେସ୍‌ ଅନୁଷ୍କା ଶର୍ମା ମୁମ୍ବାଇରେ ଏକ ଇଭେଣ୍ଟରେ ଯୋଗ ଦେଇଥିଲେ। ଏଠାରେ ଅନୁଷ୍କା ସୁଟେଡ-ବୁଟେଡ ଲୁକ୍‌ରେ ନଜର ଆସିଥିଲେ। ଅନୁଷ୍କା ଶର୍ମାଙ୍କର ଏହି ଲୁକ୍‌ରେ ଗୋଲ୍ଡ ଇୟର କଫ ଖୁବ୍‌ ହାଇଲାଇଟ କରିଥିଲା। ରିପୋର୍ଟ ଅନୁଯାୟୀ ବିଲକୁଲ୍‌ ଏଭଳି ଇୟର କଫ ଟେନିସ୍‌ ପ୍ଲେୟାର ସେରେନା ଓ୍ଵିଲିୟମ୍ସ ଏକ ଫଟୋସୁଟ୍‌ ପାଇଁ ପିନ୍ଧିଥିଲେ।

anushkaଏହି ଫଟୋରେ ଅନୁଷ୍କା ଶର୍ମା ବ୍ଲୁ କଲରରେ ହ୍ଵାଇଟ୍‌ କଲରର ଲାଇନିଂ ଥିବା ସୁଟ୍‌ ପିନ୍ଧିଥିବାର ନଜର ଆସିଛନ୍ତି। ଏଥିସହ ଅନୁଷ୍କା ପ୍ଲେଡ ବଟନ ଜମସୁଟ୍‌ ରେ ବ୍ଲାକ ଟାଇ ଏବଂ ହ୍ଵାଇଟ୍‌ ସାର୍ଟ ପିନ୍ଧିଛନ୍ତି। ଅନୁଷ୍କା ଶର୍ମାଙ୍କ Gucci ଙ୍କ ଗୋଲ୍ଡେନ ଇୟର କଫ ତାଙ୍କ  ଲୁକ୍‌ କୁ ଖୁବ୍‌ ହାଇଲାଇଟ୍‌  କରିଥିଲା। ଅନୁଷ୍କାଙ୍କ ପୂର୍ବରୁ ଏହି ଇୟର ପିସ୍‌ କୁ ସେରେନା ଓ୍ଵିଲିୟମ୍ସ ପିନ୍ଧିଥିଲେ। ଫରକ କେବଳ ଏତିକି ସେରେନା ଏହି ଇୟରପିସ୍‌ ରେ ଗ୍ରୀନ ଏମରାଲ୍ଡ ଜୋଡି ଥିଲେ। ଏହି ଗ୍ଲୋଡ ଇୟର କଫ Gucciଙ୍କ ଓ୍ଵିଣ୍ଟର ୨୦୧୯ ଫ୍ୟାଶନ ସୋ’ର। ଏହାର ମୂଲ୍ୟ ପାଖାପାଖି ୩୦ ହଜାର ଟଙ୍କା ଶୁଣିବାକୁ ମିଳିଛି।

ଏହାସହ ପଢନ୍ତୁ: ବକ୍ସ ଅଫିସ୍‌ ରେ ଧମାଲ କରୁଛି ଫିଲ୍ମ ‘ଓ୍ଵାର’, ଆଜି ପର୍ଯ୍ୟନ୍ତ ଆୟ କରିସାରିଲାଣି ୩୦୦ କୋଟି

ରିପୋର୍ଟ ଅନୁଯାୟୀ ଅନୁଷ୍କା ହ୍ରିତ୍ୱିକ ରୋସନଙ୍କ ଅପୋଜିଟ୍‌ ରେ ଏକ ଫିଲ୍ମରେ କାମ କରିବେ। ଏହି ଫିଲ୍ମରେ ନିର୍ଦ୍ଦେଶନା ରୋହିତ ସେଟ୍ଟୀ କରିବେ। ଏହା ବ୍ୟତୀତ ଅନୁଷ୍କା ସତ୍ତେ ପେ ସତ୍ତାର ରିମେକ୍‌ ରେ କାମ କରିବାର ଖବର ମଧ୍ୟ ଶୁଣିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.