ଆସନ୍ତା ସପ୍ତାହ ସାଉଦି ଆରବ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସପ୍ତାହ ସାଉଦି ଆରବକୁ ଦୁଇ ଦିନିଆ ଗସ୍ତରେ ଯିବେ । ଏହି ସମୟରେ ସାଉଦି ଆରବରେ  ପବ୍ଲିକ ଇନଭେଷ୍ଟମେଣ୍ଟ ତରଫରୁ  ଅକ୍ଟୋବର ୨୯ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ତିନିଦିନିଆ ସମ୍ମେଳନରେ ଭାଗ ନେବେ । ପାକିସ୍ତାନର କାଶ୍ମୀରକୁ ନିଜ ଆଡକୁ ନେବାପାଇଁ   ଚେଷ୍ଟା ଓ ଦେଶରେ ଆର୍ଥିକ ମାନ୍ଦାବସ୍ଥା ଲାଗି ରହିଥିବା କାରଣରୁ    ମୋଦିଙ୍କ ଏହି ଗସ୍ତକୁ ଅତ୍ୟନ୍ତ  ଗୁରୁତର ସହ ନିଆଯାଉଛି । ସାଉଦି ଆରବର ରିଆଦ ସହରରେ ଅନୁଷ୍ଠିତ ହେବାକୁ ଯାଉଥିବା ଫ୍ୟୁଚର ଇନଭେଷ୍ଟମେଣ୍ଟ ଇନିଟିଏଟିଭ ଭାରତ ପାଇଁ ମଧ୍ୟ ବହୁ ମହତ୍ଵପୁର୍ଣ ଅଟେ । କାରଣ ଏଠାରେ ସାଉଦି  ଆରବର ନୀତି ନିର୍ମାତା ଓ ପୃଥିବୀର ଅନ୍ୟ ବ୍ୟବସାୟିକ ପ୍ରତିନିଧି ମାନଙ୍କର  ମିଳନ ହୋଇଥାଏ ।

 

ଏହା ସହ ପଢନ୍ତୁ:

ନିଜର ୨ୟ ସାଉଦି ଆରବ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି ଏହି  ଗ୍ଲୋବାଲ ମିଟରେ ଭାରତରେ ବିଦେଶୀ ପୁଞ୍ଜି  ନିବେଶ ଓ ଆର୍ଥିକ ବିକାଶକୁ ବଢାଇବା କ୍ଷତ୍ରରେ ପ୍ରାଧାନ୍ୟ ଦେବେ । ଏହା ବାଦ ମୁସଲମାନ ବହୁଳ ରାଷ୍ଟ୍ର ସାଉଦି ଆରବରୁ କାଶ୍ମୀର ମାମଲାରେ ସହଯୋଗ ପାଇବା ପାଇଁ ଚେଷ୍ଟା କରିବେ । ସୂଚନା ଯୋଗ୍ୟଯେ ୨୦୧୬ ମସିହାରେ ସାଉଦି ଆରବ ମୋଦିଙ୍କୁ  ସେହି ଦେଶର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରିଥିଲା । ଏହା ଦୁଇ ଦେଶର ସମ୍ପର୍କକୁ ଅଧିକ ଦୃଢ଼ୀଭୁତ କରିବ ବୋଲି ଆଶା କରାଯାଉଛି । ଆଉ ମଧ୍ୟ ଜାମ୍ମୁ କାଶ୍ମୀରରୁ ୩୭୦ ଧାରାର ଉଛେଦ ପରେ ପାକିସ୍ଥାନର ମୁସଲମାନ ରାଷ୍ଟ୍ର ମାନଙ୍କୁ ଏକାଠି କରିବା ପ୍ରୟାସରୁ ସାଉଦି ଆରବ ନିଜକୁ ଦୁରେଇ ରଖିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.