ମାଓ ମୁଣ୍ଡ ନେଲେ ମାଓବାଦୀ, ପୋଲିସ ଇନଫର୍ମର ସନ୍ଦେହରେ ମାଲକାନଗିରି କୁମକୁମପୁଡି ଗାଁରେ ଜଣଙ୍କୁ ହତ୍ୟା କଲେ ଲାଲ୍ବାହିନୀ
ମାଲକାନଗିରି(କେନ୍ୟୁଜ୍): ମାଓ ମୁଣ୍ଡ ନେଲେ ମାଓବାଦୀ। ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା କଲେ ଲାଲ୍ବାହିନୀ। ତାମବେଲୁ ଲାମବୟାଙ୍କୁ ହତ୍ୟା କଲେ ମାଓବାଦୀ । ମାଲକାନଗିରି କୁମକୁମପୁଡି ଗାଁରେ ହତ୍ୟା କରିଛନ୍ତି ମାଓବାଦୀ। ୧୦ ବର୍ଷ ଧରି ମାଓସଂଗଠନରେ ସକ୍ରିୟ ଥିଲା ତାମବେଲୁ। ୨୦୧୬ରେ ଗିରଫ ହୋଇ ୨ ବର୍ଷ ଜେଲ୍ ଯାଇଥିଲା। ତେବେ ଜେଲ୍ରୁ ମୁକୁଳିବା ପରେ ସେ ଆଉ ମାଓ ସଙ୍ଗଠନରେ ଯୋଗନଦେଇ ପେଦାପଡୁ ଗାଁରେ ରହୁଥିଲା। ଗତ ୨୨ତାରିଖ ରାତିରେ ମାଓବାଦୀମାନେ ତାକୁ ଉଠାଇନେଇଥିଲେ।