ମୈଦାନରେ ବ୍ୟାଟିଙ୍ଗ୍ କରୁଥିବା ସମୟରେ ବ୍ୟାଟ୍ ଛାଡି ଦୌଡିଲେ ନାଇଜେରିଆର ଏହି ଖେଳାଳି, ଦେଖନ୍ତୁ ଭିଡିଓ ଜାଣିପାରିବେ ଏହାର କାରଣ

ଆବୁଧାବୀ ରେ ଖେଳା ଯାଉଥିବା ଟି-୨୦ ୱାଲ୍ଡ କପ୍ କ୍ବାଲିଫାୟାର ମ୍ୟାଚ୍ ସମୟରେ ଏମିତି ଏକ ଘଟଣା ସାମ୍ନା କୁ ଆସିଛି ଯାହାକୁ ଦେଖି ସଭିଏଁ ହସିହସି ଗଡିଯାଇଥିଲେ । ସୋମବାର ଖେଳା ଯାଉଥିବା ମ୍ୟାଚରେ କାନାଡା ଏବଂ ନାଇଜେରିଆ ଟିମ୍ ମୁହାଁମୁହିଁ ହୋଇଥିଲେ । ମ୍ୟାଚରେ ଟିମ୍ ନାଇଜେରିଆ ବ୍ୟାଟିଙ୍ଗ୍ କରୁଥିବା ସମୟରେ ହଠାତ୍ ମଝିରେ କିଛି ସମୟ ପାଇଁ ଖେଳକୁ ବନ୍ଦ କରିବାକୁ ପଡିଥିଲା ।
କଥାଟି ହେଉଛି ନାଇଜେରିଆ ପକ୍ଷରୁ ବ୍ୟାଟିଙ୍ଗ୍ କରୁଥିବା ସୁଲେମାନ୍ ରନସେୱେ ଅଷ୍ଟମ ଓଭରରେ ଅଚାନକ ଖେଳ ପଡିଆରେ ଦୌଡିବାକୁ ଲାଗିଲେ ଏବଂ ସିଧା ପଡିଆ ବାହାରକୁ ଚାଲିଯାଇଥିଲେ । ଯାହାକୁ ଦେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ବହୁ ସମୟ ଧରି ସୁଲେମାନ୍ ପଡିଆକୁ ଫେରିନଥିଲେ ଯାହାଫଳରେ କ୍ୟାପଟେନ୍ ଏଡେମୋଲା ନିଜେ ବ୍ୟାଟିଙ୍ଗ୍ କରିବା ପାଇଁ ମୈଦାନକୁ ଆସିଥିଲେ ।
କିନ୍ତୁ ସେହି ସମୟରେ ଅମ୍ପେୟାରଙ୍କ ନଜର ସୁଲେମାନଙ୍କ ଉପରେ ପଡିଥିଲା ଏବଂ ସେ କ୍ୟାପଟେନ୍ ଏଡେମୋଲାଙ୍କୁ ଫେରିଯିବାକୁ ଇସାରା ଦେଇଥିଲେ । ପ୍ରକୃତ କାରଣଟି ହେଛି ମ୍ୟାଚ୍ ସମୟରେ ସୁଲେମାନଙ୍କୁ ଟଏଲେଟ୍ ଲାଗିଥିଲା ଯାହାଫଳରେ ସେ କାହାକୁ କିଛି ନକହି ମୈଦାନ ଛାଡି ଦୌଡିପଳାଇଥିଲେ । ଯାହାର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି ।
ଦେଖନ୍ତୁ ଭିଡିଓ:
When you’ve gotta go, you’ve gotta go! 🏃
Nigeria always hoped they’d be among the runs 🙈 https://t.co/UJfcIdOgWv— T20 World Cup (@T20WorldCup) October 21, 2019
ଏହି ମ୍ୟାଚ୍ ରେ ୫୦ ରନ୍ ରେ କାନାଡା ଟିମ୍ ନାଇଜେରିଆକୁ ପରାସ୍ତ କରିଥିଲା । କାନାଡା ୧୬୦ ରନର ଲକ୍ଷ ରଖିଥିବାବେଳେ ନାଇଜେରୀୟା ୨୦ ଓଭରରେ ୧୦୬ରନ୍ କରିଥିଲା ।
ଏହାସହ ପଢନ୍ତୁ:
ରୋହିତ ଶର୍ମାଙ୍କ ସାମ୍ବାଦିକ ସମ୍ମିଳନୀରେ ଏମିତି କିଛି ଘଟିଲା, ଯାହା ଏବେ ଭାଇରାଲ ହୋଇଛି