କମଲେସ୍‌ ତିଓ୍ଵାରୀ ହତ୍ୟାକାଣ୍ଡରେ ପୋଲିସକୁ ମିଳିଲା ସଫଳତା, ଦୁଇ ଅଭିଯୁକ୍ତ ଗିରଫ

କମଲେସ୍‌ ତିଓ୍ଵାରୀ ହତ୍ୟାକାଣ୍ଡରେ ଫେରାର ହୋଇଥିବା ଦୁଇଜଣ ଅପରାଧୀକୁ ଗୁଜୁରାଟ ଏଟିଏସ ଗିରଫ କରିଛି। ଅପରାଧୀ ଦୁଇଜରଙ୍କ ନାଁ ହେଉଛି ଅସଫାକ ଏବଂ ମୋଇନୁଛିନ୍‌। ଗୁଜୁରାଟ ରାଜସ୍ଥାନ ବର୍ଡର ସ୍ଥିତ ଶ୍ୟାମଲାଜୀ ନିକଟରେ ଏହି ଦୁଇ ଅପରାଧୀଙ୍କୁ ଗିରଫ କରାଯାଇଛି। ରିପୋର୍ଟ ଅନୁଯାୟୀ ଲକ୍ଷ୍ନୌରେ କମଲେସ୍‌ ତିଓ୍ଵାରୀଙ୍କ ସହ ସାକ୍ଷାତ କରିବା ପାଇଁ ଏହି ଦୁଇ ବ୍ୟକ୍ତି ନିଜର ନାଁ ବଦଳାଇ ଯାଇଥିଲେ। ଅସଫାକ ନିଜ ନାଁ ବଦଳରେ ରୋହିତ ଏବଂ ମୋଇନୁଛିନ ସଞ୍ଜୟ ନାଁ କହି କମଲେସଙ୍କ ସହ ସାକ୍ଷାତ କରିବା ପାଇଁ ପହଞ୍ଚିଥିଲେ।

leaderସୂଚନା ଅନୁଯାୟୀ ଦୁଇ ଅପରାଧୀ ହତ୍ୟା କରିବାର ଦୋଷ ସ୍ୱିକାର କରିଛନ୍ତି। ଏହା ପୂର୍ବରୁ ଏଜେସିୟୋଙ୍କ ସହ କାମ କରୁଥିବା ସ୍ପେଶାଲ ଷ୍ଟାଫ୍‌ ଫୋର୍ସ ଏହି ଘଟଣାରେ ଏକ ଇନୋଭା କାର୍‌ ଜବତ ହୋଇଥିଲା। କମଲେସଙ୍କ ହତ୍ୟାକାରୀ ଲକ୍ଷ୍ମୀପୁରର ପଲିୟା ଠାରୁ ସାହଜହାପୁର ପଯ୍ୟର୍ନ୍ତ ଯିବା ପାଇଁ ବୁକ୍‌ କରିଥିଲେ। ବର୍ତ୍ତମାନ କାର୍‌ ର ଡ୍ରାଇଭରକୁ ମଧ୍ୟ ପଚରା ଉଚରା କରିବା ପାଇଁ ପୋଲିସ ଅଧୀନରେ ରଖାଯାଇଛି। ଡ୍ରାଇଭରର କହିବା ଅନୁଯାୟୀ ତାର ମାଲିକଙ୍କ ଜଣେ ସମ୍ପକୀୟ ଗୁଜୁରାଟରୁ ୫,୦୦୦ ଟଙ୍କାରେ ବୁକ୍‌ କରିଥିଲେ। ମୁଁ ମାନୁଛି ଅପରାଧୀ ଏହି କାର୍‌ରେ ଲକ୍ଷ୍ମୀପୁରରୁ ସାହଜହାପୁର ଯିବାର ଦୃଶ୍ୟ ମଧ୍ୟ ସିସି ଟିଭିରେ କଏଦ୍‌ ହୋଇଛି।

ଏହାସହ ପଢନ୍ତୁ: ବଙ୍ଗାଳୀ ନାଟ୍ୟକାର ସୁଦିପ୍ତୋ ଚାଟାର୍ଜୀ ଗିରଫ, ଦୁଷ୍କର୍ମ ଏବଂ ଅସଦାରଚରଣ ଅଭିଯୋଗରେ ଗିରଫ କଲା କଲିକତା ପୋଲିସ

ରିପୋର୍ଟ ଅନୁଯାୟୀ ଅପରାଧୀକୁ ଗିରଫ କରିବା ପୂର୍ବରୁ ଏସଆଇଟି ଗତ ସୋମବାର ଦିନ ଦୁଇ ଜଣଙ୍କ ତଲାସରେ ହୋଟେଲ, ଲଜ୍‌ ଏବଂ ସହରର ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା। କିନ୍ତୁ ଅପରାଧୀ ଧରା ନପଡ଼ିବା ପରେ ଯିବା-ଆସିବା ରାସ୍ତାରେ ଅଲର୍ଟ ଜାରି କରାଯାଇଥିଲା। ଏହି ଦୁଇ ଅପରାଧୀଙ୍କ ଉପରେ ୨.୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିବା ସହ ଦୁଇ ଅପରାଧୀଙ୍କ ସ୍କେଚ୍‌ ମଧ୍ୟ ଜାରି କରାଯାଇଥିଲା। ସୂଚନା ଅନୁଯାୟୀ ଏହି ହତ୍ୟା ଘଟଣା ୧୮ ଅକ୍ଟୋବର ଦିନ ଲକ୍ଷ୍ନୌରେ ଘଟିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.