ଆଜି ନରକ ଚର୍ତୁଦଶୀ, ଜାଣନ୍ତୁ କଣ ରହିଛି ଶୁଭ ମୁହୂର୍ତ୍ତ

ଦୀପାବଳିର ଗୋଟିଏ ଦିନ ପୂର୍ବରୁ କାର୍ତ୍ତିକ କୃଷ୍ଣ ଚର୍ତୁଦଶୀ ତିଥିକୁ ନରକ ଚର୍ତୁଦଶୀ କୁହାଯାଇଥାଏ। ଏହାକୁ ଛୋଟ ଦୀପାବଳି ଏବଂ ଚର୍ତୁଦଶୀ କୁହାଯାଇଥାଏ। ଧାର୍ମିକ ଦୃଷ୍ଟି କୋଣରୁ ଏହି ପର୍ବର ଅନେକ ମହତ୍ୱ ରହିଛି। ଏହାକୁ ଯମ ଦୀପାବଳି ମଧ୍ୟ କୁହାଯାଇଥାଏ। କାରଣ ଏହି ଦିନ ସଂନ୍ଧ୍ୟା ସମୟରେ ଯମରାଜଙ୍କ ନାଁ ରେ ଦୀପ ଦାନ କରାଯାଇଥାଏ।

ଧାର୍ମିକ ମାନ୍ୟତା ଅନୁଯାୟୀ ଯମ ଦୀପାବଳି ଦିନ ସଂନ୍ଧ୍ୟା ସମୟରେ ଘରକୁ ଖାଲି କରି ଯିବା ଅନୁଚିତ। ଏହି ଦିନ ଘରେ କେହି ନା କେହି ରହିବା ଉଚିତ। ମାନ୍ୟତା ରହଇଛି ଘରକୁ କାଲି କରି ଯିବା ଦ୍ୱାରା ସୁଖ-ସମୃଦ୍ଧି ହାନି ହୋଇଥାଏ। ଏହି ଦିନ ଅକାଳ ମୃତ୍ୟୁକୁ ହରଣ କରିବା ପାଇଁ ଏବଂ ସମୃଦ୍ଧି ଲାଭ କରିବା ପାଇଁ ଘରର ଦକ୍ଷିଣ ଦିଗରେ ଏକ ଦୀପରେ ୧ଟଙ୍କା କଏନ୍ ରଖି ଦୀପ ଲଗାଇବା ସହ ଯମରାଜାଙ୍କୁ ପ୍ରାର୍ଥନା କରନ୍ତୁ।
dipawaliମାନ୍ୟତା ରହିଛି ଯେଉଁ ଘରେ ଯମଦୀପ ଦାନ କରାଯାଇଥାଏ ସେହି ଘରର ପୂର୍ବଜମାନେ ପ୍ରସନ୍ନ ହୋଇଥାନ୍ତି ଏବଂ ଯମରାଜ ସେହି ଘରେ ଥିବା ବ୍ୟକ୍ତିମାନଙ୍କୁ ଅକାଳ ମୃତ୍ୟୁରୁ ରକ୍ଷା କରିଥାନ୍ତି।

ଜାଣନ୍ତୁ ଆଜି କେଉଁ ସମୟରେ ଆରମ୍ଭ ହେଉଛି ଶୁଭ ମୁହୂର୍ତ୍ତ:

ଏହାସହ ପଢନ୍ତୁ: ଧନତେରାସ୍‌ ଦିନ କିଣନ୍ତୁ ପିତ୍ତଳ ବାସନ, ଘରକୁ ଆସିବ ସୁଖର ସମ୍ଭାର

୨୬ ଅକ୍ଟୋବର ବା ଆଜି ଚର୍ତୁଦଶୀ ତିଥି ୩.୪୬ ମିନିଟ୍ ରେ ଆରମ୍ଭ ହେବ। ଏହି ତିଥି ୨୭ ଅକ୍ଟୋବର ବା ଆସନ୍ତା କାଲି ଦିନ ୧୨.୩୩ ମିନିଟ୍ ପର‌୍ୟ୍ୟନ୍ତ ରହିବ। ନରକ ଚର୍ତୁଦଶୀରେ ଦୀପଦାନ ପ୍ରଦୋଷ କାଳ ବା ସଂନ୍ଧ୍ୟା ହେବାର କିଛି ସମୟ ପୂର୍ବରୁ କରିବା ଉଚିତ। ଏହିକାରଣରୁ ଆଜି ସଂନ୍ଧ୍ୟା ସମୟରେ ୫.୪୧ ମିନିଟ୍ ରୁ ୭.୩୦ ମଧ୍ୟରେ ଦୀପଦାନ କରିପାରିବେ। ଏହାବ୍ୟତୀତ ନରକ ଚର୍ତୁଦଶୀରେ ଅଭୟଂଗ ସ୍ନାନ କରିବାର ପରମ୍ପରା ରହିଛି। ଏଥିପାଇଁ ଶୁଭ ସମୟ ଆସନ୍ତା କାଲି ସକାଳ ୫.୧୫ ରୁ ୬.୩୦ମିନିଟ୍ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.