ପୃଥିବୀର ସବୁଠୁ ଭଲ ପର୍ଯ୍ୟଟନ ସ୍ଥଳ ତାଲିକାରେ ୩ୟ ସ୍ଥାନ ପାଇଲା ମଧ୍ୟ ପ୍ରଦେଶ

ପୃଥିବୀର ପର୍ଯ୍ୟଟନ ସ୍ଥଳୀ ମାନଙ୍କ ଭିତରେ ଭାରତର ହୃଦୟ କୁହାଯାଉଥିବା ମଧ୍ୟ ପ୍ରଦେଶ ୩ୟ ସ୍ଥାନ ହାସଲ କରିଛି । ଟ୍ରାଭେଲ ମିଡ଼ିଆ କମ୍ପାନୀ ‘ଲୋନାଲି ପ୍ଲାନେଟ’ ଦ୍ୱାରା ଜାରି କରାଯାଇଥିବା ଏକ ରିପୋର୍ଟରେ ଏହା ପ୍ରକାଶ ପାଇଛି । ଏହି ରିପୋର୍ଟଟି ୨୦୨୦ ମସିହାରେ ପୃଥିବିର ସବୁଠୁ ସୁନ୍ଦର ପର୍ଯ୍ୟଟନ ସ୍ଥଳ ମାନଙ୍କ ଉପରେ ହୋଇଥିବା ଏକ ସର୍ବେକ୍ଷଣକୁ ନେଇ ହିଁ ପ୍ରସ୍ତୁତ କରାଯାଇଛି । କେଉଁ କେଉଁ ଆଧାର ମାନଙ୍କୁ ନେଇ ଏହି ରାକିଙ୍ଗ ପ୍ରସ୍ତୁତ କରାଯାଇଛି ଆସନ୍ତୁ ସେ ସମ୍ପର୍କରେ କିଛି ଜାଣିବା ।

କମ୍ପାନୀ ଦ୍ୱାରା ସବୁଠୁ ସୁନ୍ଦର ପର୍ଯ୍ୟଟନ ସ୍ଥଳର ରାଙ୍କୀଙ୍ଗ ଏହି ଏହି ଆଧାରରେ ହିଁ କରାଯାଇଛି;

୧. ରାଜ୍ୟରେ ଥିବା ବନ୍ୟଜୀବ ଙ୍କ ସଂଖ୍ୟା
୨. ଏହା ପଛର ଐତିହାସିକ କାହାଣୀ
୩. ବିଭିନ୍ନ ପର୍ଯ୍ୟଟନ ସ୍ଥଳ କାରୁକାର୍ଯ୍ୟର ନିର୍ମାଣ ଶୈଳୀ
୪. ରାଜ୍ୟରେ ଥିବା ତୀର୍ଥସ୍ଥାନ
୫. ରାଜ୍ୟରେ ମିଳୁଥିବା ଖାଦ୍ୟ

ମଧ୍ୟପ୍ରଦେଶକୁ ଏହି ମାନ୍ୟତା ମିଳିବା ପରେ ରାଜ୍ୟ ତଥା ଦେଶ ବାସୀ ବେଶ ଖୁସି ଥିବା ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ଏହାର ଶ୍ରେୟ ସ୍ଥାନୀୟ ଅଧିବାସୀଙ୍କୁ ମଧ୍ୟ ଦିଆଯାଇଛି ।

ଏହା ସହ ପଢନ୍ତୁ: ଦେଶର ପ୍ରଥମ ଦୃଷ୍ଟିହୀନ ପ୍ରଶାସନିକ ଅଧିକାରୀ ପ୍ରାଞ୍ଜଳ ପାଟିଲ, ଜାଣନ୍ତୁ ତାଙ୍କ ସମ୍ପର୍କରେ କିଛି

ଏହି ଲିଷ୍ଟରେ ଥିବା ଅନ୍ୟ ୫ ଟି ସହର ଯେଉଁ ମାନେ ଏହି ଲିଷ୍ଟରେ ଅଛି:

୧.ଇଷ୍ଟ ନୁସା ଟେଙ୍ଗର      ଇଣ୍ଡନେସିଆ
୨.ବୁଡା ପେଷ୍ଟ               ହଙ୍ଗେରୀ
୩.ମଧ୍ୟ ପ୍ରଦେଶ              ଭାରତ
୪.ବଫେଲି                ଆମେରିକା
୫.ବାକୁ                     ଆଜରବୈଜାନ

ସୂଚନା ଯୋଗ୍ୟଯେ ଲୋନଳୀ ପ୍ଲାନେଟ ପୃଥିବୀର ଶୀର୍ଷ ଟ୍ରାଭେଲ କମ୍ପାନୀ ମାନଙ୍କ ଭିତରୁ ଗୋଟେ । ୧୯୭୩ ମସିହାରୁ ଏହି କମ୍ପନୀ ପୃଥିବୀର ସବୁଠୁ ସୁନ୍ଦର କମ୍ପନୀ ମାନଙ୍କର ଲିଷ୍ଟ ତିଆରି କରି ଆସୁଛି । ଏହି କମ୍ପାନୀ ପ୍ରତିବର୍ଷ ଏହି ୫ଟି ଆଧାରରେ ସବୁଠୁ ସୁନ୍ଦର ସହର ମାନଙ୍କର ଲିଷ୍ଟ ତିଆରି କରିଆସୁଛି ।

Leave A Reply

Your email address will not be published.