ଏକତାଙ୍କ ବାୟୋପିକ୍‌ରେ ଦିଶା, ପରଦାକୁ ଆସିବ ଫିଲ୍ମ ‘କେ ଟିନା’

ବଲିଉଡ୍‌ର ହଟ୍‌ ଓ ସେକ୍ସି ନାୟିକା ଦିଶା ପାଟନି । ଏବେ ଚଣ୍ଡିଗଡ଼ରେ ଅପ୍‌କମିଙ୍ଗ ଫିଲ୍ମ ‘କେ ଟିନା’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ରାଜ ସାଣ୍ଡିଲ୍ୟଙ୍କ ଦ୍ୱାରା ଲିଖିତ ଏହି ଫିଲ୍ମ ଏକତା କପୁରଙ୍କ ହୋମ୍‌ ପ୍ରଡକ୍‌ସନରେ ନିର୍ମାଣ କରାଯାଉଛି। ଏବେ ୟଙ୍ଗଷ୍ଟରଙ୍କ ପ୍ରଥମ ପସନ୍ଦ ଦିଶା ଥିବାରୁ ଏକତା ତାଙ୍କ ଫ୍ୟାନ ଫଲୋଇଙ୍ଗକୁ ନେଇ ନାୟିକା ଭାବେ ଦିଶାଙ୍କୁ ହିଁ ବାଛିଛନ୍ତି।

disha

ନିକଟରେ ‘କେ ଟିନା’ରେ ଦିଶାଙ୍କ ଏକ ଫଟୋକୁ ଏକତା ତାଙ୍କ ଟୁଇଟର ଆକାଉଣ୍ଟରେ ଶେୟାର କରିଛନ୍ତି। ଆଉ ଠିକ୍‌ ଦିଶାଙ୍କ ଭଳି ଆଙ୍ଗୁଠିରେ ଗୁଡାଏ ମୁଦି ଓ ବ୍ରେସଲେଟ୍‌ ପିନ୍ଧି ଏକତା ତାଙ୍କର ମଧ୍ୟ ଏକ ଫଟୋ ଶେୟାର କରିଛନ୍ତି। ଶୁଣିବାକୁ ମିଳୁଛି କି ‘କେ ଟିନା’ ଏକତାଙ୍କ ଜୀବନୀ ଉପରେ ନିର୍ମାଣ କରାଯାଉଥିବା ଫିଲ୍ମ। ଯଦି ଏହା ଠିକ୍‌ ହୁଏ ତେବେ ଦର୍ଶକେ ଖୁବ୍‌ଶୀଘ୍ର ଏକତା କପୁରଙ୍କ ବାୟୋପିକ୍‌ ଦେଖି ତାଙ୍କ ସମ୍ପର୍କରେ ଅନେକ ଜଣା ଅଜଣା କଥା ଜାଣି ପାରିବେ।

Leave A Reply

Your email address will not be published.