ଆସନ୍ତାକାଲି ଆଲୋକର ପର୍ବ ଦୀପାବଳି, ରାଜଧାନୀବାସୀ ଧୁମଧାମରେ ପାଳନ କରିବା ପାଇଁ ପ୍ରଶାସନ ତରଫରୁ ସ୍ବତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ବର(କେନ୍ୟୁଜ୍):   ଆସନ୍ତାକାଲି ଆଲୋକର ପର୍ବ ଦୀପାବଳି । ଏହାକୁ ଖୁସିରେ ସହିତ ପାଳନ କରିବା ପାଇଁ ଛୋଟଠୁ ବଡ ସମସ୍ତେ ଅପେକ୍ଷା କରି ରହିଛନ୍ତି। ଘରଦ୍ୱାର ସଫା କରିବା ସହ ରଙ୍ଗବେରଙ୍ଗର ଆଲୋକମାଳା ଲଗାଇଛନ୍ତି। ତେବେ ବର୍ଷା ଚଳିତ ବର୍ଷ ଦୀପାବଳିକୁ ଟିକେ ଫିକା କରିଦେଇଛି । ତିନି ଦିନ ଧରି ଲଗାଣ ବର୍ଷା ଲାଗିରହିବା ଫଳରେ ଲୋକମାନେ ବାଣ ଠିକ୍‌ ଭାବେ କିଣିପାରିନାହାଁନ୍ତି। ଆଜି ପାଗ ଶୁଖିଲା ରହିବାରୁ ବାଣ ଦୋକାନରେ ଗ୍ରାହକଙ୍କ ଭିଡ ଜମିଛି। ଭୁନେଶ୍ୱରରେ ୧୨ଟି ପଡିଆରେ ୩୦୦ରୁ ଅଧିକ ବ୍ୟବସାୟୀଙ୍କୁ ଲାଇଲେନ୍‌ସ ପ୍ରଦାନ କରାଯାଇଛି। ସୁରକ୍ଷିତ ଭାବେ ଦୀପାବଳି ପାଳନ କରିବାକୁ ଅଗ୍ନିଶମ ବିଭାଗକୁ ସଜାଗ ରଖାଯାଇଥିବା ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି। କ୍ୟାପିଟାଲ ହସ୍‌ପିଟାଲରେ ମଧ୍ୟ ଏକ ସ୍ୱତନ୍ତ୍ର ବର୍ଣ୍ଣିଂ ୱାର୍ଡର ମଧ୍ୟ ବ୍ୟବସ୍ଥା କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.