ଦୁନିଆର ପ୍ରଥମ ‘ଗିଟାର ହୋଟେଲ’, ଯେଉଁଠି ଗୋଟେ ରାତି ରହିବାକୁ ହେଲେ ଦେବାକୁ ପଡିବ ୭୦ ହଜାର ଟଙ୍କା

ଦୁନିଆରେ ଏପରି ଅନେକ ହୋଟେଲ ରହିଛି, ଯାହା ନିଜର ନିର୍ମାଣ ପାଇଁ ଜଣାଶୁଣା। ଏମିତି ଏକ ହୋଟେଲ ଆମେରିକାର ଫ୍ଲୋରିଡା ସ୍ଥିତ ହଲିଉଡରେ ନିର୍ମାଣ କରାଯାଇଛି। ଯାହା ଦେଖିବାକୁ ଗିଟାର ଭଳି। ଏହା ଦୁନିଆର ପ୍ରଥମ ଗିଟାର ହୋଟେଲ। ଏହି ହୋଟେଲ ଶୁକ୍ରବାର ଦିନ ଉଦ୍‌ଘାଟିତ ହୋଇଛି।

gutier

ଏହି ହୋଟେଲରେ ଗୋଟେ ରାତି ରହିବା ପାଇଁ ପାଖାପାଖି ୭୦ ହଜାର ଟଙ୍କା ଦେବାକୁ ପଡିଥାଏ। ଏହି ୬୩୮ଟି ବିଳାସପୂର୍ଣ୍ଣ ରୁମ୍‌ ଥିବା ଏହି ହୋଟେଲକୁ ନିର୍ମାଣ କରିବା ପାଇଁ ୧୦.୬୨ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି। ୪୫୦ ଫୁଟ ଉଚ୍ଚ ଏହି ହୋଟେଲରେ ଏକ ବଡ ହଲ୍‌ ରହିଛି, ଯେଉଁଠି ପାଖାପାଖି ୬୫୦୦ ଲୋକ ଏକାଠି ବସି କୌଣସି କାର୍ଯ୍ୟକ୍ରମର ମଜା ଉଠାଇପାରିବେ।

44

ଏହି ହୋଟେଲ ଭିତରେ ୧୯ଟି ରେଷ୍ଟୁରାଣ୍ଟ ରହିଛି। ଏହାଛଡା ଏହା ଭିତରେ ୧୩ ଏକରରେ ଏକ ସୁଇମିଂ ପୁଲ ରହିଥିବା ବେଳେ ୩୨ ହଜାର ବର୍ଗଫୁଟରେ ରହିଥିବା ସ୍ପା ଏବଂ ସେଲୁନ ରହିଛି। ୩୨ ମହଲା ବିଶିଷ୍ଟ ଏହି ହୋଟେଲରେ ୧୬୮ଟି ରୁମ ଥିବା ଏକ ସେଭେନ ଷ୍ଟାର ଓଏସିସି ଟାଓ୍ଵାର ମଧ୍ୟ ରହିଛି।

Leave A Reply

Your email address will not be published.