ପାର୍ସଲ ବୋମା ଉପରେ ଆଧାରିତ ଫିଲ୍ମ ପାଟଣାଗଡ଼କୁ ଝଟକା, କଲିକତା ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରୁ ବାଦ ପଡିଲା ସିନେମା

ପାର୍ସଲ ବୋମା ବିସ୍ଫୋରଣ ଉପରେ ଆଧାରିତ ବହୁ ଚର୍ଚ୍ଚିତ ଓଡିଆ ଫିଲ୍ମ ପାଟଣାଗଡ଼ ସିନେମାକୁ ଝଟକା। କଲିକତା ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରୁ ବାଦ ପଡିଲା ଏହି ଓଡିଆ ଫିଲ୍ମ । ପୀଡିତାଙ୍କ ପରିବାର ଲୋକଙ୍କ ଅଭିଯୋଗ ପରେ କଲିକତା ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରୁ ବାଦ ପଡିଛି ଏହି ସିନେମା । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଫିଲ୍ମର ପ୍ରଯୋଜକ ସିଦ୍ଧାର୍ଥ ମାର୍ଥା । ପାଟଣାଗଡର ବହୁ ଚର୍ଚ୍ଚିତ ପାର୍ସଲ ବୋମା ଘଟଣାକୁ ନେଇ ସିନେମା ନିର୍ମାଣ କରାଯାଇଥିଲା । ପରେ ନିର୍ମାଣ ଆରମ୍ଭରୁ ପ୍ରଯୋଜକଙ୍କ ପାଖକୁ ବାରମ୍ବାର ନୋଟିସ ଆସିଥିଲା । ଏହା ସତ୍ତ୍ୱେ ସିନେମା ନିର୍ମାଣ ଶେଷ ହେବା ପରେ ନଭେମ୍ବର ମାସରେ କଲିକତାରେ ହେବାକୁ ଥିବା ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲକୁ ପଠାଯାଇଥିଲା।

 

Leave A Reply

Your email address will not be published.