୫୦ ବର୍ଷିୟା ମା’ଙ୍କ ପାଇଁ ବର ଖୋଜିଲେ ଝିଅ, ରଖିଲେ ଏହି ସବୁ ସର୍ତ୍ତ

ଭାରତୀୟ ସମାଜରେ ଯାହା ଘରେ ଝିଅଟିଏ ଜନ୍ମ ହେବା ପରେ ମାତା-ପିତା ଝିଅ ଜନ୍ମ ହେବାର ଖୁସି ସହ ଝିଅର ବିବାହ ବିଷୟରେ ଚିନ୍ତା କରିଥାନ୍ତି। ଏପରିକି ଝିଅର ବୟସ ୨୦ ରୁ ୨୧ ପାର୍ ହେବା ପରେ ବିବାହ ପାଇଁ ପାତ୍ର ଟିଏ ମଧ୍ୟ ଖୋଜିଥାନ୍ତି। ପ୍ରତ୍ୟେକ ମା’ଙ୍କ ଇଛା ରହିଥାଏ ତାଙ୍କ ଝିଅକୁ ଭଲ ବରଟିଏ ମିଳୁ। କିନ୍ତୁ ଆଜି ଆମେ ଆପଣଙ୍କୁ ଏଭଳି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ଏହି ଘଟଣାର ବିଲକୁଲ୍ ଓଲଟା। ଏଠାରେ ଜଣେ ଝିଅ ନିଜ ୫୦ ବର୍ଷର ମା’ଙ୍କ ପାଇଁ ଉପଯୁକ୍ତ ବର ଖୋଜୁଛନ୍ତି। ଆଜ୍ଞାହଁ କଥାଟି ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ବିଲକୁଲ୍ ସତ।

aasthaଆପଣମାନେ ଜାଣିଥିବେ ଆଜିକାଲି ସୋସିଆଲ ମିଡିଆରେ ଏବେ ଜଣେ ମା-ଝିଅଙ୍କ ଫଟୋ ଖୁବ୍ ଭାଇରାଲ ହେବାରେ ଲାଗିଛି । ଫଟୋର କ୍ୟାପ୍ସନରେ ଲେଖାଯାଇଥିବା କଥା ପାଇଁ ଫଟୋଟି ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ଅଧିକ ପସନ୍ଦ ଆସୁଥିବା ଜଣା ପଡ଼ିଛି । ଯୁବତୀଜଣଙ୍କ ନିଜ ମା’ଙ୍କ ସହ ସେଲ୍ଫି ନେଇ ଫଟୋଟି ସେୟାର କରିଥିବା ବେଳେ ସେ ନିଜ ମା’ଙ୍କ ପାଇଁ ଏକ ସୁନ୍ଦର ବର ଖୋଜୁଥିବା କଥା ଲେଖିଛନ୍ତି। ନିଜ ମା’ଙ୍କ ପାଇଁ ଏଭଳି ପ୍ରୟାସ କରୁଥିବାରୁ ଯୁବତୀଙ୍କୁ ଏବେ ଲୋକେ ପ୍ରଶଂସା କରିବାରେ ଲାଗି ପଡ଼ିଛନ୍ତି । ଆସ୍ଥା ନିଜର ଟ୍ଵିଟର ଆକାଉଣ୍ଟରେ ଏହି ଫଟୋ ସେୟାର କରିବା ସହ କ୍ୟାପସନରେ ଲେଖିଛନ୍ତି କି, ମୋ ମା’ଙ୍କ ପାଇଁ ୫୦ବର୍ଷୀୟ ସୁନ୍ଦର ବ୍ୟକ୍ତିଙ୍କୁ ଖୋଜୁଛି, ଯିଏ ଶାକାହାରୀ ହୋଇଥିବା ସହ ମଦ ପିଉ ନଥିବେ ଏବଂ ଭଲ ଆୟ କରୁଥିବେ । ନିଜ ପାଇଁ ବର ଖୋଜିବା ବୟସରେ ନିଜ ମା’ଙ୍କ କଥା ଭାବି ତାଙ୍କ ପାଇଁ ବର ଖୋଜୁଥିବାରୁ ଲୋକେ ଆସ୍ଥାଙ୍କ ପ୍ରୟାସକୁ ପ୍ରଶଂସା କରିବାରେ ଲାଗି ପଡ଼ିଛନ୍ତି ।

ଏହାସହ ପଢନ୍ତୁ: ବ୍ଲଡ କ୍ୟାନସରରେ ପୀଡିତ ରାମ୍ୟା ଗୋଟିଏ ଦିନ ପାଇଁ ହେଲେ ପୋଲିସ କମିଶନର

ରିପୋର୍ଟ ଅନୁଯାୟୀ ଆସ୍ଥା ଗତ ୩୧ ଅକ୍ଟୋବର ରାତି ୮.୧୨ ମିନିଟରେ ଟ୍ଵିଟ୍ କରିଥିଲେ, ଯାହାର କିଛି ସମୟ ପରେ ଏହା ଭାଇରାଲ ହେବାରେ ଲାଗିଥିଲା। ଏହି ଟ୍ଵିଟ୍ କୁ ବର୍ତ୍ତମାନ ୨୨ ହଜାର ଲାଇକ୍ ମିଳିସାରିଛି ଏବଂ ପାଖାପାଖି ୭୪୦୦ରୁ ଅଧିକ ଲୋକମାନେ କମେଣ୍ଟ କରିସାରିଛନ୍ତି। ଏଥିରେ ଜଣେ ବ୍ୟକ୍ତି ମଧ୍ୟ ଆସ୍ଥାଙ୍କୁ ମ୍ୟାଟ୍ରିମୋନିୟାଲ ସାଇଟ୍ ର ସାହାରା ନେବା ପାଇଁ କହିଛନ୍ତି। ଯାହାର ଉତ୍ତରରେ ଆସ୍ଥା କହିଛନ୍ତି ମୁଁ ମ୍ୟାଟ୍ରିମୋନିୟାଲ ଠାରୁ ଆରମ୍ଭ କରି ଟିଣ୍ଡର ପର୍ଯ୍ୟନ୍ତ ପ୍ରତ୍ୟେକ ଯାଗା ଖୋଜି ସାରିଲିଣି କିନ୍ତୁ ମତେ ମା’ଙ୍କ ପାଇଁ ଉପଯୁକ୍ତ ବର ମିଳିପାରିନାହିଁ। କିନ୍ତୁ ଅନ୍ୟପଟେ ଆସ୍ଥାଙ୍କ ଟ୍ଵିଟକୁ ଯେପରି ଲୋକମାନଙ୍କ ଭଲପାଇବା ମିଳିଛି ଆଶା ରହିଛି କି ଖୁବ୍ ଜଲଦି ତାଙ୍କ ମା’ଙ୍କ ପାଇଁ ଉପଯୁକ୍ତ ବର ମିଳିଯିବ।

Leave A Reply

Your email address will not be published.