ଓଲଟିଲା ଗାଡି, ଗାଁରେ ହେଲା ଭୋଜି: କୁଚିଣ୍ଡା ଟେଣ୍ଡାକୁଦର ଠାରେ କୁକୁଡା ବୋଝେଇ ଗାଡି ଦୁର୍ଘଟଣାଗ୍ରସ୍ତ

ଓଲଟିଲା ଗାଡି, ଗାଁରେ ହେଲା ଭୋଜି। କୁଚିଣ୍ଡା ମହୁଲପାଲି ଥାନା କେସାଇବାହାଲ ନିକଟସ୍ଥ ଟେଣ୍ଡାକୁଦର ଠାରେ ଏକ କୁକୁଡା ବୋଝେଇ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଅନୁଗୁଳରୁ ରାଜଗାଙ୍ଗପୁର ଯାଉଥିବାବେଳେ ଗାଡିଟି ଭାରସାମ୍ୟା ହରାଇ ଗଛରେ ପିଟିହୋଇ ଓଲଟି ପଡିଥିଲା। ଏହାପରେ କୁକୁଡା ନେବା ପାଇଁ ଲୋକଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଥିଲା ପ୍ରତିଯୋଗୀତା। କୁକୁଡା ନେବା ପାଇଁ ଆଖପାଖ ଅଞ୍ଚଳରୁ ଲୋକଙ୍କ ସୁଅ ଛୁଟିଥିଲା। କିଏ ବାଇକ୍‌ରେ ତ ଆଉ କିଏ ସାଇକଲେରେ ଲଦି ଘରକୁ ବୋହି ଚାଲିଲେ। ହେଲେ ଦୁର୍ଘଟଣାରେ ଆହତ ହୋଇ ଛଟପଟ ହେଉଥିବା ଡ୍ରାଇଭରଙ୍କ ପ୍ରତି କାହାର ନଜର ନତିଲା। ଖବର ପାଇ ମହୁଲପାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡି ଓ ଡ୍ରାଇଭରଙ୍କୁ ଉଦ୍ଧାର କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.