ବାଣ ଗାଡିରେ ନିଆଁ, ଅନୁଗୁଳରେ କାଳୀ ପୂଜା ଭସାଣିବେଳେ ଅଘଟଣ

ବାଣ ଗାଡିରେ ନିଆଁ। ଅନୁଗୁଳରେ କାଳୀ ପୂଜା ଭଷାଣି ଚାଲିଥିବାବେଳେ ଏହି ବଡ ଧରଣର ଦୁର୍ଘଟଣା ଘଟିଥିଲା। ତେବେ କାହାରି କିଛି କ୍ଷତି ହୋଇନାହିଁ। ହେମସୁରପଡା ପୂଜା କମିଟି ପକ୍ଷରୁ ହେଉଥିବା ମାଆଙ୍କ ଭଷାଣିବେଳେ ଫୁଟା ଯାଉଥିବା ବାଣରୁ ନିଆଁ ଆସି ଏକ ବାଣ ବୋଝେଇ ଗାଡିରେ ପଡି ଯାଇଥିଲା। ଫଳରେ ଗାଡିରେ ଥିବା ବାଣ ସବୁ ଫୁଟି ଚାଲିଥିଲା। ଏତେ ଜୋରରେ ବାଣ ଫୁଟି ଶବ୍ଦ କରିଥିଲା ଯେ, ଭୟରେ ଆଖପାଖ ଏରିଆରୁ ଲୋକେ ଖାଲି ହୋଇଯାଇଥିଲେ। ସ୍ଥାନୀୟ ଲୋକେ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.