ଅଲୋଡା ଶିଶୁପୁତ୍ର, ବୁଦାମୂଳରୁ ଉଦ୍ଧାର ହେଲା ନବଜାତ

କେନ୍ଦୁଝର: ଅଲୋଡା ଶିଶୁପୁତ୍ର। ବୁଦାମୂଳରୁ ଉଦ୍ଧାର ହେଲା ନବଜାତ। କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ମାନପୁର ଗାଁ ନିକଟ ଏକ ବୁଦା ମୂଳରୁ ଗାଁଲୋକେ ଶିଶୁପୁତ୍ରକୁ ଉଦ୍ଧାର କରିଛନ୍ତି। ଆଜି ସକାଳେ ନବଜାତର କାନ୍ଦ ଶୁଣି ତାକୁ ଉଦ୍ଧାର କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ତାକୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ ଶିଶୁପୁତ୍ର ସ୍ୱାସ୍ଥ୍ୟବସ୍ଥା ଭଲ ରହିଛି। କିଏ ଓ କାହିଁକି ଏପରି ଅମାନୁଷିକ ଭାବେ ଛାଡି ଚାଲିଗଲା ତାହା ଜଣାପଡିନାହିଁ।

You might also like