Audi’ ର ଏହି କାରରେ ମିଳୁଛି ରିହାତି, ସୁଯୋଗ ହାତଛଡା କରନ୍ତୁ ନାହିଁ

ନୂଆଦିଲ୍ଲୀ: ଆପଣ କାର କିଣିବାକୁ ଚାହୁଁଛନ୍ତି କି ? ତେବେ ଆପଣଙ୍କ ପାଇଁ ରହିଛି ସୁବର୍ଣ୍ଣ ସୁଯୋଗ। ଏହି ସୁଯୋଗ ହାତଛଡା କରନ୍ତୁ ନାହିଁ। ବିଳାସପୂର୍ଣ୍ଣ କାର୍ ନିର୍ମାତା Audi ଭାରତରେ ଏହାର ଏସୟୁଭି କ୍ୟୁ୫ ଏବଂ କ୍ୟୁ୭ ମଡେଲ ଉପରେ ପ୍ରାୟ ୬ ଲକ୍ଷ ଟଙ୍କାର ରିହାତି ଘୋଷଣା କରିଛି। ସୀମିତ ସମୟ ବା ଏହି ଗାଡ଼ିର ବିକ୍ରି ଶେଷ ହେବା ପର୍ଯ୍ୟନ୍ତ ଉକ୍ତ ରିହାତି ଉପଲବ୍ଧ ହେବ। ଭାରତରେ ଏହି ମଡେଲ ଗାଡ଼ି ପ୍ରବେଶ ହେବାର ୧୦ ବର୍ଷ ପୂର୍ତ୍ତି ଉପଲକ୍ଷେ କମ୍ପାନୀ ଏହି ଲାଭ ଗ୍ରାହକଙ୍କୁ ପ୍ରଦାନ କରୁଛି।

q3

ଏହାସହ ପଢ଼ନ୍ତୁ ; ୧ ଲିଟରରେ ୧୭ କିମି ଚାଲେ ମାରୁତି ସୁଜୁକି Xl6 , କିଣିବାକୁ ଚାହୁଁଥିଲେ ପ୍ରଥମେ ଜାଣନ୍ତୁ ଏହାର ଜବରଦସ୍ତ ଫିଚର୍ସ

୨୦୦୯ ମସିହାରେ କମ୍ପାନୀ ଭାରତରେ ଏହି ଦୁଇଟି ମଡେଲ ଗାଡ଼ି ଉନ୍ମୋଚନ କରିଥିଲା। Audi Q5 (ପେଟ୍ରୋଲ, ଡିଜେଲ) ଗାଡ଼ିର ମୂଲ୍ୟ ୫୫ ଲକ୍ଷ ୮୦ ହଜାର ଟଙ୍କା ରହିଥିବାବେଳେ ଏଥିରେ କମ୍ପାନୀ ୫ ଲକ୍ଷ ୮୧ ହଜାର ଟଙ୍କାର ରିହାତି ପ୍ରଦାନ କରୁଛି। ସେହିଭଳି Q୭ (ପେଟ୍ରୋଲ) ଗାଡ଼ିର ମୂଲ୍ୟ ୭୩ ଲକ୍ଷ ୮୨ ହଜାର ଟଙ୍କା ଥିବାବେଳେ କମ୍ପାନୀ ଏଥିରେ ୪ ଲକ୍ଷ ୮୩ ହଜାର ଏବଂ Q୭ (ଡିଜେଲ) ଗାଡ଼ିର ମୂଲ୍ୟ ୭୮.୦୧ ଲକ୍ଷ ଥିବାବେଳେ ଏହାର ମୂଲ୍ୟରେ ୬.୦୨ ଲକ୍ଷ ଟଙ୍କା ହ୍ରାସ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.