Below header

ହନୁମାନ ବେଶରେ ଭିକ ମାଗି ଜେଲ ଗଲେ ମୁସଲିମ ଯୁବକ

ଉତ୍ତର ପ୍ରଦେଶର ବରେଲୀ ସହର ଠାରେ ଜଣେ ଯୁବକଙ୍କୁ ହନୁମାନ ବେଶରେ ଭିକ ମାଗୁଥିବାର ଦେଖିବାକୁ ମିଳିଥିଲା । କିନ୍ତୁ ଯୁବକଙ୍କ ପ୍ରକୃତ ପରିଚୟ ପାଇବା ପରେ ଉପସ୍ଥିତ ଥିବା ଲୋକେ ସେହି ଯୁବକ ଟିକୁ ପୋଲିସ ହେପାଜତରେ ଦେଇଛନ୍ତି । ପ୍ରକୃତରେ ଯୁବକଟି ହେଉଛି ମୁସଲିମ ସମ୍ପ୍ରଦାୟର । ମୁରାଦାବାଦ ନିବାସୀ ନସିମ ହନୁମାନ ବେଶ ଧରି ସୁବାସ ନଗରର ଅନୁପମ ସହରରେ ଭିକ ମାଗୁଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକଙ୍କର ସନ୍ଦେହ ହେବାରୁ ଲୋକେ ତାକୁ ଧରି ପଚରା ଉଚୁରା କରିବାକୁ ଲାଗିଥିଲେ । ସେହି ସମୟରେ ସେ ତାର ପ୍ରକୃତ ନା କହିଥିଲା । ତାକୁ ଧରିଥିବା ଲୋକଙ୍କ କହିବା ଅନୁଯାୟୀ ଏହି ସନ୍ଦିଗ୍ଧ ଯୁବକ ଟିକୁ ଦେଖି ଲାଗୁଥିଲାକି ସେ ଯେମିତି ହିନ୍ଦୁ ମହଲକୁ କିଛି ଲୁଟ କରିବାକୁ ଆସିଛି ।

hanuman

ପ୍ରକୃତ ସତ ଜାଣିବା ପରେ ସୁବାସ ନଗର ପୋଲିସ ତାକୁ ଗିରଫ କରି ତା ଉପରେ ଏକ ମୋକଦ୍ଦମା ଚଳାଇଛନ୍ତି । ଏହି କଥାକୁ ନେଇ ବଜରଙ୍ଗ ଦଳର କର୍ମକର୍ତ୍ତା ମାନେ ଏହାକୁ ହନୁମାନଙ୍କ ଅପମାନ ବୋଲି କହି ବିଦ୍ରୋହ କରିବା ଆରମ୍ଭ କରିଥିଲେ । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ପୂର୍ବରୁ କେତେଥର ମଧ୍ୟ ଏହି ଯୁବକ ଜଣକ ହନୁମାନ ବେଶରେ କେତେଥର ଏହି ଅଞ୍ଚଳରେ ଚକ୍କର କାଟିସାରିଲେଣି । କିନ୍ତୁ ଏଥର ଧରି ପଚରା ପଚରି କରିବାରୁ ଏହା ପଛର ପ୍ରକୃତ ସତ୍ୟ ପଦାକୁ ଆସିଥିଲା । ଆରୋପି ଜଣକ ଏହା ମଧ୍ୟ କହିଥିଲେଯେ ସେ ପୂର୍ବରୁ ଲଇଲା ମଜନୁ ବେଶ ଧରି ଭିକ ମାଗୁଥିଲେ । ପ୍ରଥମ ଥର ପାଇଁ ସେ ହନୁମାନ ବେଶ ଧାରଣ କରିଥିଲେ । ଅତି ଗରିବ ହୋଇଥିବାରୁ ତାଙ୍କ ଘରେ ଖାଇବାକୁ କିଛି ନଥିଲା । କିଛି ଦିନ ହେବ କୌଣସି କାମ ମଧ୍ୟ ପାଇନଥିଲେ ।

ଏହା ସହ ପଢନ୍ତୁ: କୋର୍ଟ ପରିସର ପାଲଟିଲା କୁରୁକ୍ଷେତ୍ର, ଦିଲ୍ଲୀ ତିସ୍ ହଜାରି କୋର୍ଟ ପରିସରରେ ପୋଲିସ-ଓକିଲ ସଂଘର୍ଷ

ସେ ଆହୁରି ମଧ୍ୟ କହିଛନ୍ତିକି ସେ ଏବଂ ତାଙ୍କ ସ୍ତ୍ରୀ ସହ ପାଖ ଅଞ୍ଚଳରେ ରହୁଛନ୍ତି । କାମ ଅଭାବରୁ ପାଖରେ ପଇସା ନଥିବାରୁ ବାଧ୍ୟ ହୋଇ ତାଙ୍କୁ ଏପରି ଏକ ଅଭିନବ ଉପାୟ ବାହାର କରିବାକୁ ପଡିଥିବା କଥା କହିଛନ୍ତି । ପୋଲିସ ତାଙ୍କ ଆଧାର କାର୍ଡକୁ ଜବତ କରିଛନ୍ତି | ନସିମଙ୍କର ଆଉ ଏକ ସହଯୋଗୀ ମଧ୍ୟ ଥିଲା ଯିଏ କି ବର୍ତ୍ତମାନ ଫେରାର ଥିବା ଜଣା ପଡିଛି । ପଚରା ପଚରି ସମୟରେ ଏହା ମଧ୍ୟ ଜଣା ପଡିଥିଲାକି ନସିମ ପେସାରେ ଜଣେ ଆର୍ଟିଷ୍ଟ । ପଇସା ରୋଜଗାର ପାଇଁ ନିଜ ବେଶ ଭୁଷା ବଦଳାଇଥାନ୍ତି । ପୋଲିସ ଏବେ ନସିମଙ୍କ ପରିବାର ସମ୍ପର୍କରେ ଅଧିକ ତଥ୍ୟ ହାସଲ କରିବାକୁ ଚେଷ୍ଟା କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.