Below header

ମୟୁରଭଞ୍ଜ ଓ ଚୌଦ୍ୱାର ବ୍ଲକ କହ୍ନେଇପୁର ଗାଁରେ ହାତୀ ଉପଦ୍ରବ, ଭାଙ୍ଗିଲେ ଘର ଖାଇଗଲେ ଏକର ଏକର ଫସଲ

ହାତୀଙ୍କ ଉତ୍ପାତ। କଟକ ବନଖଣ୍ଡ ଚୌଦ୍ୱାର ବ୍ଲକ କହ୍ନେଇପୁର ଗାଁରେ ଉପଦ୍ରବ କରୁଛନ୍ତି ୨୦୦ରୁ ଅଧିକ ହାତୀ ଉପଦ୍ରବ। ଘରଦ୍ୱାର ଭାଙ୍ଗିଯିବା ସହ ଏକର ଏକର ଫସଲ ନଷ୍ଟ କରିଦେଇଛନ୍ତି। ଗତ କିଛି ବର୍ଷ ହେବ କପିଳାସ ଜଙ୍ଗଲରୁ ୧୨ରୁ ଧିକ ହାତୀପଲ ଆସି ଚୌଦ୍ୱାର ବ୍ଲକର ବିଭିନ୍ନ ଗାଁରେ ପଶି ଘରଦ୍ୱାର ଭାଙ୍ଗିବା ସହ ଜମିରେ ପଶି ଶହ ଶହ ହେକ୍ଚର ଚାଷଜମି ନଷ୍ଟ କରିଛନ୍ତି। ଦୁଇ ଦୁଇ ଥର ଲଗାଣ ବର୍ଷାରେ ଫସଲ ସବୁ ନଷ୍ଟ ହୋଇଯାଇଥିବାବେଳେ ଯାହା ବଞ୍ଚିଥିଲା ତାକୁ ଏବେ ହାତୀପଲ ଛାରଖାର କରିଦେଇଛନ୍ତି। ଖବରପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀଙ୍କୁ ଘଉଡାଇବାକୁ ଉଦ୍ୟମ ଜାରି ରଖିଛି।

ସେହିପରି ମୟୁରଭଞ୍ଜକୁ ପୁଣି ଫେରିଲା ହାତୀ ଭୟ। କରଞ୍ଜିଆ ରେଂଜରେ ୨୨ ଟିକିଆ ହାତୀପଲଙ୍କ ଦୌରାତ୍ମ୍ୟ ଦେଖିବାକୁ ମିଳିଛି। ଗତକାଲି ବିଳମ୍ବିତ ରାତିରେ ହାତୀପଲ ଦୁଧିଆଣି ରେଞ୍ଜ ପାଲବଣି ଜଙ୍ଗଲ ନିକଟରେ ପଶିଥିଲେ। ଚାଷଜମିରେ ପସି ବ୍ୟାପକ ଫସଲ ନଷ୍ଟ କରିବା ସହ ଖାଇ ଯାଇଛନ୍ତି। ଫଳରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳିଯାଇଛି। ବନବିଭାଗ ଶୀଘ୍ର ହାତୀପଲଙ୍କୁ ଘଉଡାଇବାକୁ ଦାବି ହୋଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.