ମୁମ୍ବାଇର ଡନ୍‌ ସାଜିବେ ହ୍ରିତିକ, ୯ ବର୍ଷ ପରେ ଭନସାଲୀଙ୍କ ସହିତ କରିବେ କାମ

ଆପଣ ଆଶ୍ଚର୍ଯ୍ୟ ହୋଇଯାଉଥିବେ ନିଶ୍ଚିତ। ବଲିଉଡର ହ୍ୟାଣ୍ଡସମ୍‌ ହଙ୍କ ପୁଣି କ’ଣ ପାଇଁ ସାଜିବେ ଡନ୍‌। କଥା କ’ଣ କି ସଞ୍ଜୟ ଲୀଲା ଭନସାଲୀ ଏବେ ‘ଗଙ୍ଗୁବାଈ କାଠିଆଓ୍ୱାଡି’ ଟାଇଟଲରେ ଏକ ଫିଲ୍ମ ନିର୍ମାଣ କରୁଛନ୍ତି। ଏହି ସିନେମାରେ ସୁପରଷ୍ଟାର ହିତ୍ରିକ ରୋଶନଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନେବାକୁ ଆଗ୍ରହ ଦେଖାଇଛନ୍ତି। ଏବେ ଶୁଣିବାକୁ ମିଳିଛି ଯେ, ହ୍ରିତିକ ରୋଶନଙ୍କୁ ମୁମ୍ବାଇର ଡନ ହାଜୀ ମସ୍ତାନ ରୋଲପାଇଁ ସାଇନ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ସଞ୍ଜୟ । ହିତ୍ରିକଙ୍କୁ ଏହି ରୋଲ ପାଇଁ ସଞ୍ଜୟ ଲୀଲା ଭନସାଲୀ ଇତିମଧ୍ୟରେ ଅଫର୍ ଦେଇସାରିଥିବା ଜଣାଯାଇଛି। ଏହି ଫିଲ୍ମରେ ଆଲିଆ ଭଟ୍ଟ ମୁଖ୍ୟ ନାୟିକା ଭାବେ ନଜର ଆସିବେ।

alia

ପୂର୍ବରୁ ପରଦାରେ ବଲିଉଡ ଅଭିନେତା ଅଜୟ ଦେବଗନ୍ ଏହି ହାଜୀ ମସ୍ତାନ ଭୂମିକାରେ ଚମତ୍କାର ଅଭିନୟ କରି ଚର୍ଚ୍ଚିତ ହୋଇଥିଲେ। ଅଜୟ ମିଲନ ଲୁଥିଆଙ୍କ ନିର୍ଦ୍ଦେଶିତ ‘ୱାନସ ଅପନ ଏ ଟାଇମ୍ ଇନ୍ ମୁମ୍ବାଇ’ରେ ହାଜୀ ମସ୍ତାନ ଭୂମିକାରେ ଅଭିନୟ କରିଥିଲେ।

ଯଦି ହ୍ରିତିକ ‘ଗଙ୍ଗୁବାଈ କାଠିଆଓ୍ୱାଡୀ’ ଫିଲ୍ମରେ କାମ କରିବାକୁ ରାଜି ହୁଅନ୍ତି, ତେବେ ଭନସାଲୀଙ୍କ ସହିତ ତାଙ୍କର ଦ୍ୱିତୀୟ ଫିଲ୍ମ ପ୍ରାୟ ୯ ବର୍ଷ ପରେ ପୁଣି ଥରେ ଦୁହେଁ ଏକତ୍ର କାମ କରିବେ। ଏହା ପୂର୍ବରୁ ହ୍ରିତିକ ୨୦୧୦ରେ ମୁକ୍ତିଲାଭ କରିଥିବା ସଞ୍ଜୟ ଲୀଲା ଭନସାଲୀଙ୍କ ଫିଲ୍ମ ‘ଗୁଜାରିଶ ’ରେ କାମ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.