ଗଜପତି : ଗାଏବ୍‌ ହୋଇ ଯାଇଛନ୍ତି ପାଞ୍ଚ ଜଣ ଦଶମ ଶ୍ରେଣୀ ଛାତ୍ର

ପାରଳାଖେମୁଣ୍ଡି (କେ ନ୍ୟୁଜ୍‌) : ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ଅନ୍ତର୍ଗତ ଜଙ୍ଗଲପାଡୁ ଗ୍ରାମର ୫ଜଣ ନାବାଳକ ନିଖୋଜ। ନିଖୋଜ ନାବାଳକମାନେ ୧୦ମ ଶ୍ରେଣୀର ଛାତ୍ର। କିଏ ସ୍କୁଲ ବାହାନାରେ ତ ଆଉ କିଏ ଜଳଖିଆ ଖାଇବା ବାହାନାରେ ଘରୁ ବାହାରି କୌଣସି ଅଜଣା ସ୍ଥାନରେ ଏକାଠି ହୋଇ ନିଖୋଜ ହୋଇଥିବା ଅନୁମାନ କରାଯାଉଛି । ଏହି ଘଟଣାରେ ଗୁରାଣ୍ଡି ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ନାବାଳଙ୍କ ଫୋଟ ମଧ୍ୟ ସୋସିଆଲ ମିଡିଆରେ ଜାରି କରିଛି। କାହାର ପ୍ରଲୋଭନରେ କିମ୍ବା ନିଜ ପିଲାଳିଆମି ବୁଦ୍ଧିରେ ପିଲାମାନେ ଏଭଳି କରିଥିବା ସନ୍ଦେହ କରାଯାଉଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.