ଆଗ୍ରା: ତାଜମହଲର ପଶ୍ଚିମପଟକୁ ଥିବା ପାର୍କିଂ ସ୍ଥଳରୁ ଗୋଟିଏ ୯ ଫୁଟିଆ ଅଜଗର ଧରାପଡିଛି। ବାଟରେ ଯାଉଥିବା ବେଳେ କେତେକ ନିର୍ମାଣ କର୍ମଚାରୀ ତା’ଉପରେ ଚଢ଼ି ଯାଉ ଯାଉ ଅଟକି ଯାଇ ଦେଖିଥିଲେ। ଅଜଗର ଯୋଗୁଁ କିଛି ସମୟ ପାଇଁ ଲୋକମାନେ ସେଠାରେ ଭୟଭୀତ ହୋଇଯାଇଥିଲେ।
ଅଜଗରକୁ ଦେଖିବା କ୍ଷଣି ସ୍ଥାନୀୟ ପୁଲିସକୁ ଖବର ଦିଆଯାଇଥିଲା। ସେମାନେ ଏକଥା ତୁରନ୍ତ ଓ୍ଵାଇଡ୍ଲ ଲାଇଫ୍ ହେଲପ୍ଲାଇନକୁ ଜଣାଇଥିଲେ। ପ୍ରାଣୀ ବିଶେଷଜ୍ଞମାନେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ତାକୁ ବଣରେ ଛାଡ଼ି ଦେଇଛନ୍ତି। ଓ୍ଵାଇଡ୍ଲ ଲାଇଫ୍ ଏସ୍ଓଏସର ସଂରକ୍ଷଣ ପ୍ରକଳ୍ପ ନିର୍ଦେଶକ ବୈଜୁ ରାଜ ଏମ୍ଭି କହନ୍ତି , ଅଜଗରଟି ବିଭିନ୍ନ ପ୍ରକାର ବନ୍ୟପ୍ରାଣୀ ପ୍ରଜାତି ବାସ କରୁଥିବା ତାଜ୍ ନେଚର୍ ଓ୍ଵାକ୍ ଗ୍ରିନ୍ ବେଲ୍ଟର ଚାଲି ଆସିଛି। ବିଷହୀନ ହେଲେ ବି, ଅଜଗର କାମୁଡ଼ା ହାନିକାରକ ହୋଇଥାଏ। ତେଣୁ ସେଥିପ୍ରତି ସତର୍କ ରହିବା ଉଚିତ।