ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ବାଲୁଗାଁ ଚିଲିକା ଅଞ୍ଚଳର ଲୋକଙ୍କୁ ସତର୍କ କଲେ ଚିଲିକା ତହସିଲଦାର

ବାଲୁଗାଁ(କେନ୍ୟୁଜ୍):  ଦୁଇ ଦିନର ବାତ୍ୟାକୁ ନଜରରେ ରଖି ଖୋର୍ଦ୍ଧା ଜିଲ୍ଲାର ଚିଲିକା ତହସିଲଦାର ଶରତ ଚନ୍ଦ୍ର ମହାପାତ୍ର ବଡ଼କୂଳ, ଚନ୍ଦ୍ରାପୁଟ,  ବାଲୁଗାଁ ବଙ୍ଗାଳି ସାହି ଅନ୍ୟ ଅଞ୍ଚଳର ଲୋକଙ୍କୁ  ସଚେତନ କରାଇଛନ୍ତି।  ମତ୍ସ୍ୟଜୀବୀଙ୍କୁ ଚିଲିକା ମଧ୍ୟକୁ ନଯିବା ପାଇଁ ବାରଣ କରିବା ସହିତ ଯେଉଁମାନେ ଆଗରୁ ଚିଲିକାକୁ ଯାଇଛନ୍ତି ସେମାନଙ୍କୂ ଯଥା ଶୀଘ୍ର ଫେରେଇ ଆଣିବା ପାଇଁ ମତ୍ସ୍ୟଜୀବୀଙ୍କ  ପରିବାର ଲୋକଙ୍କ ସହିତ ଆଲୋଚନା କରିଛନ୍ତି । ଏହା ସହିତ ଡାକବାଜୀ ଯନ୍ତ୍ର ମାଧ୍ୟମରେ ଚିଲିକା କୂଳରେ ଜନସାଧାରଣଙ୍କୁ ସଚେତନତା ସୃଷ୍ଟି କରାଯାଇଛି ବୋଲି ତହସିଲଦାର  କହିଛନ୍ତି ।

 

 

Leave A Reply

Your email address will not be published.