ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଆଜି ବସିବ ମନ୍ତ୍ରୀ ପରିଷଦ ବୈଠକ

ଭୁବନେଶ୍ବର: ଆଜି ମନ୍ତ୍ରୀ ପରିଷଦ ବୈଠକ। ଅପରାହ୍ନ ୧୨ଟା ୪୫ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବୈଠକ ବସିବ। ଚଳିତ ଆର୍ଥିକ ବର୍ଷରେ ଆସିବାକୁ ଥିବା ଅତିରିକ୍ତ ବଜେଟର ରୂପରେଖ ନେଇ ଆଲୋଚନା ହେବ। ଆସନ୍ତା ୧୩ ତାରିଖରୁ ବିଧାନସଭା ଶୀତ ଅଧିବେଶନ ଆରମ୍ଭ ହେବ। ଏହି ଅଧିବେଶନରେ ଗୃହରେ ସରକାର ଅତିରିକ୍ତ ବଜେଟ୍‌ ଆଣିବେ। ଏ ସମ୍ପର୍କିତ ପ୍ରସ୍ତାବକୁ ମନ୍ତ୍ରୀ ପରିଷଦ ବୈଠକରେ ଗୃହୀତ କରାଯିବ। ଚଳିତ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ୍‌ ପରିମାଣ ୧୨ହଜାର କୋଟି ଟଙ୍କା ଟଙ୍କାରୁ ଅଧିକ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.