ବଲିଉଡର ଫିଟ୍ ଆକ୍ଟର ଅକ୍ଷୟ କୁମାର କାମ କରିବାରେ ପାଇଁ ଖୁବ୍ ସୌକ୍। ଏପରି ଅନ୍ଦାଜ୍ ତାଙ୍କର ଲଗାତାର ଆସୁଥିବା ଫିଲ୍ମରୁ ଜଣାପଡ଼ୁଛି। ଗୋଟିଏ ବର୍ଷରେ ୩ ରୁ ୪ଟି ଫିଲ୍ମ କରିବା ତାଙ୍କ ପାଇଁ ସାମାନ୍ୟ କଥା। ହାଉସଫୁଲ୍ ୪ ପରେ ଅକ୍ଷୟ କୁମାର ଫିଲ୍ମ ‘ସୂର୍ଯ୍ୟବଂଶୀ’ ର ସୁଟିଂରେ ବ୍ୟସ୍ତ ରହିଛନ୍ତି। କିନ୍ତୁ ଏହା ମଧ୍ୟରେ ତାଙ୍କର ନୂଆ ଫିଲ୍ମ ‘ବେଲ ବଟମ’ଘୋଷଣା ହେବା ସହ ଫାଷ୍ଟ ଲୁକ୍ ମଧ୍ୟ ସେୟାର୍ ହୋଇସାରିଛି।
ଅକ୍ଷୟ କୁମାର ନିଜର ଟ୍ଵିଟର ଆକାଉଣ୍ଟରେ ଫିଲ୍ମ ‘ବେଲ ବଟମ’ ର ପୋଷ୍ଟର ସେୟାର କରିଛନ୍ତି। ଏହି ଫଟୋରେ ଅକ୍ଷୟ କୁମାର ରେଟ୍ରୋ ଲୁକ୍ରେ ନଜର ଆସିଛନ୍ତି। ଏହି ଫଟୋରେ ସେ କାର ଉପରେ ବସିଛନ୍ତି ଏବଂ ତାଙ୍କ ଉପରେ ପ୍ଲେନ ଯାଉଛି। ଏହି ଫଟୋ ସେୟାର କରିବା ସହ ଅକ୍ଷୟ କୁମାର ଲେଖିଛନ୍ତି, ୮୦ ଦଶକରେ ବିଷୟରେ ଜାଣିବା ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ। ରୋଲର କୋଷ୍ଟର ସ୍ପାଏ ରାଇଡ, ଫିଲ୍ମ ୨୨ ଜାନୁଆରୀ ୨୦୨୧ରେ ରିଲିଜ୍ ହେବ।
ଖିଲାଡୀ ଅକ୍ଷୟ କୁମାରଙ୍କ ପ୍ରଥମ ସୋ’ କୋଟି ଫିଲ୍ମ ରୂପେ ଚର୍ଚ୍ଚିତ ଫିଳ୍ମ ‘ବେଲ ବଟମ’ ତାଙ୍କ କ୍ୟାରିୟରର ବଡ ଭୁଲ ଠିକ୍ କରିବା ପାଇଁ ଚେଷ୍ଟା କରିବାକୁ ଯାଉଛନ୍ତି, ଯାହା ସେ ପୂର୍ବରୁ ଅନ୍ୟ ଏକ ଫିଲ୍ମ‘ଆକ୍ସନରେ ରିପ୍ଲେ’ରେ କରିସାରିଛନ୍ତି। ‘ଆକ୍ସନ ରିପ୍ଲେ’ ରେ ଅକ୍ଷୟ କୁମାର ଏବଂ ଐଶ୍ୱର୍ଯ୍ୟା ରାୟ ମିଶି ୭୦ ଦଶକରେ ଫେରିବା ପାଇଁ ଚେଷ୍ଟା କରିଥିଲେ। ଫିଲ୍ମ ଗୁଜୁରାଟୀ ନାଟକ ଉପରେ ଆଧାରିତ ଥିଲା ଏବଂ ଏହି ଫିଲ୍ମ ବକ୍ସ ଅଫିସ୍ରେ ଫ୍ଲପ୍ ହୋଇଥିଲା।
ଅକ୍ଷୟ କୁମାର ମଧ୍ୟ ଏହି କିଛି ମଧ୍ୟରେ ସଲମାନ ଖାନ୍, ଶାହାରୁଖ୍ ଖାନ୍ ଏବଂ ହ୍ରିତ୍ୱିକ୍ ରୋସନଙ୍କୁ ଟକ୍କର ଦେବା ଭଳି କାମ କରୁଛନ୍ତି। ରିପୋର୍ଟ ଅନୁଯାୟୀ ଫିଲ୍ମ ନିର୍ଦ୍ଦେଶକ ଭାସୁ ଭଗନାନୀ ଏହି ପ୍ରକାର ଫିଲ୍ମରେ ଅଭିନୟ କରିବା ପାଇଁ ଅକ୍ଷୟ କୁମାରଙ୍କୁ ଚୟନ କରିଛନ୍ତି। ପୂର୍ବରୁ ଏହି ଫିଲ୍ମ କନ୍ନଡ ଫିଲ୍ମର ରିମେକ୍ ହେବାର ସୂଚନା ମିଳିଥିବା ବେଳେ ବର୍ତ୍ତମାନ ଏହି ଫିଲ୍ମ ଏକ ନୂଆ କାହାଣୀକୁ ନେଇ ପ୍ରସ୍ତୁତ ହେବ ବୋଲି ସୂଚନା ମିଳିଛି। ଫିଲ୍ମ ନିର୍ମାତା କେବଳ ଫିଲ୍ମର ଟାଇଟଲ୍ କନ୍ନଡ ସିନେମାରୁ ଆଣିଛନ୍ତି। କନ୍ନଡ ଫିଲ୍ମ ‘ବେଲ ବଟମ’ ୭୦ ଏବଂ ୮୦ ଦଶକର ଏକ ଗୁଇନ୍ଦା କାହାଣୀ ଉପରେ ଆଧାରିତ।
ଏହାସହ ପଢନ୍ତୁ: ସାଥୀ ଖେଳାଳିଙ୍କ ସହ ମିଶି ଅକ୍ଷୟ କୁମାରଙ୍କ ନକଲ କଲେ ଶିଖର ଧଓ୍ଵନ, ଭାଇରାଲ ହେଲା ଭିଡିଓ
ରିପୋର୍ଟ ଅନୁଯାୟୀ ଅକ୍ଷୟ କୁମାରଙ୍କର ଆଗାମୀ ଫିଲ୍ମ ଗୁଡ୍ ନ୍ୟୁଜ୍ ଆସନ୍ତା ମାସରେ ରିଲିଜ୍ ହେବ। ଏହାପରେ ଅକ୍ଷୟଙ୍କର ସୂର୍ଯ୍ୟବଂଶୀ, ଲକ୍ଷ୍ମୀ ବମ୍ବ ଏବଂ ବଚ୍ଚନ ପାଣ୍ଡେ ଫିଳ୍ମ ରିଲିଜ୍ ହେବ। ଫିଲ୍ମ ‘ବେଲ ବଟମ’ର ସୁଟିଂ ଚଳିତ ବର୍ଷ ଆରମ୍ଭ ହେବାର ଆଶା ରହିଛି। କିନ୍ତୁ ଫିଲ୍ମର କାହାଣୀ ଏବଂ ଅନ୍ୟ କଳାକାରଙ୍କ ଚୟନକୁ ନେଇ କାମ ଚାଲିଛି।