ଭୁବନେଶ୍ବର(କେନ୍ୟୁଜ୍): କିସ୍ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହୋଇଛି ବିଜ୍ଞାନ ମେଳା । ଦ୍ୱିତୀୟରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଏଥିରେ ଅଂଶଗ୍ରହଣ କରିଥିଲେ । ପ୍ରାୟ ୧୧୦ଟି ପ୍ରୋଜେକ୍ଟ ପଦର୍ଶିତ କରାଯାଇଥିଲା । ବର୍ଷା ପାଣିକୁ କିଭଳି ନଷ୍ଟ ନକରି କାର୍ଯ୍ୟରେ ଲଗାଯାଇ ପାରିବ, ପ୍ରଦୂଷଣ ରୋକିବା, ପ୍ଲାଷ୍ଟିକ ଠାରୁ ଦୂରେଇ ରହିବା ଭଳି ଥିମ୍ ଏହି ବିଜ୍ଞାନ ମେଳାର ମୁଖ୍ୟ ଆକର୍ଷଣ ଥିଲା ।
ମୁଖ୍ୟ ଅତିଥି ଭାବେ ବିଇଓ ସସ୍ମିତା ମାଳି ଯୋଗ ଦେଇଥିବା ବେଳେ ସିଇଓ ପ୍ରଶାନ୍ତ ରାଉତରାୟ, କିଟ୍ ଓ କିସ୍ ସମ୍ପାଦକ ଆର୍.ଏନ୍. ଦାସ ଓ ଡେପୁଟି ସିଇଓ ପ୍ରମୋଦ ପ୍ରାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।